ବନ୍ୟାର ପ୍ରତିକାର ଲାଗି ନଦୀ ଶଯ୍ୟା ଖନନ ଦାବି

ନିମାପଡ଼ା, (ସନ୍ତୋଷ ଦାଶ):ମହାନଦୀ ନିମ୍ନ ଅବବାହିକାରେ ଥିବା ପୁରୀ ଜିଲ୍ଲା ର କୁଶଭଦ୍ରା ନଦୀର ୪ କିଲୋମିଟର ଠାରେ ଥିବା ଭଇଁଚୁଆଁ କାଜ,ଦୟାନଦୀର ୮.୫ କିଲୋମିଟର ରେ ଥିବା ଅଚ୍ୟୁତପୁର କାଜ ରୁ ନିର୍ଗତ ହେଉଥିବା ବନ୍ୟାଜଳ ବାଲିପାଟଣା ,ବାଲିଅନ୍ତା ,ପିପିଲି, ନିମାପଡ଼ା,ଗୋପ,ପୁରୀ ସଦର ଆଦି ବ୍ଲକ ଦେଇ ଧନୁଆଁ ନଦୀ ମାଧ୍ୟମରେ ବଙ୍ଗୋପସାଗର କୁ ନିଷ୍କାସିତ ହୋଇଥାଏ। ଧନୁଆଁ ନଦୀ ର ଶଯ୍ୟା ପୋତିହୋଇ ପଡିଥିବାରୁ ବର୍ଷା ଋତୁ ରେ ବନ୍ୟା ଜଳ ଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ ।ଫଳରେ ପ୍ରତିବର୍ଷ ହଜାର ହଜାର ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହେଉଛି ।ଏହାର ସ୍ଥାୟୀ ପ୍ରତିକାର ଲାଗି ନୀଳାଚଳ କୃଷକ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ଫଳରେ ଚାଷୀ ମାନେ ନାନାଦି କ୍ଷତିର ସମ୍ମୁଖୀନ ହେଉଛନ୍ତି ।ଧନୁଆଁ ନଦୀ ବନ୍ୟା ର ସ୍ଥାୟୀ ପ୍ରତିକାର ଲାଗି ନଦୀବନ୍ଧ କୁ ଉଭୟ ପାର୍ଶ୍ଵ ରେ ଉଚ୍ଚ ଓ ସୁଦୃଢ଼ି କରଣ କରିବା ,ନଦୀ ଶଯ୍ୟା କୁ ଖନନ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି।ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଏକ ବିଶାଳ ସମାବେଶ ଗୋପ ବ୍ଲକ ଅଧିନ ମା ଅଢଙ୍ଗେଇ ଙ୍କ ପୀଠରେ ସଭାପତି ବିପ୍ରବର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଜଳ ନିଷ୍କାସନ ଲାଗି କୁଶଭଦ୍ରା ,ଭାର୍ଗବୀ ନଦୀ ରେ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି । ଧନୁଆଁ ବନ୍ୟା ର ସ୍ଥାୟୀ ପ୍ରତିକାର, ଚାଷୀଙ୍କୁ ପେନସନ, ସଠିକ୍ ସମୟରେ ବିହନ ,ସାର ଯୋଗାଣ, କୃଷିଜାତ ଦ୍ରବ୍ୟର ସଠିକ୍ ଦରରେ କିଣାବିକା କରିବା ପ୍ରଭୁତି ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଉ କରିବେ ବୋଲି ବୈଠକ ରେ ସ୍ଥିର କରାଯାଇଛି । ଏହି ବୈଠକ ରେ ନିରଞ୍ଜନ ମହାପାତ୍ର ,ଅରକ୍ଷିତ ଦାସ ,ପଦ୍ମଚରଣ ପରିଡ଼ା ,ଭାସ୍କର ପ୍ରଧାନ ,ସୁଦାମ ଦାସ ,ମାର୍କଣ୍ଡ ସ୍ବାଇଁ ପ୍ରମୁଖ ଶତାଧିକ ଚାଷୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ