ଗୋଟିଏ ନମ୍ବରରେ ଦୁଇ ବାଇକ
ହାଟଡ଼ିହି:ନନ୍ଦିପଦା ଥାନା ଅଞ୍ଚଳରେ ଗୋଟିଏ ନମ୍ବରରେ ଦୁଇ ଦୁଇଟି ବାଇକ ବୁଲୁଥିବା ଦେଖିବାକୁ ମିଳିବାପରେ ନନ୍ଦିପଦା ପୁଲିସ ଗୋଟିଏ ବାଇକ୍କୁ ଜବଦ କରିଛି । ଖବରରୁ ଜଣାଯାଇଛି ଯେ ମରୈଗାଁ ବଜାରରେ ଗୋଟିଏ ନମ୍ବରରେ ଦୁଇଗୋଟି ବାଇକ ଥିବାବେଳେ କେହି ଏନେଇ ନନ୍ଦିପଦା ପୁଲିସକ ସୁଚନା ଦେଇଥିଲା । ନନ୍ଦିପଦା ପୁଲିସ ଉଭୟ ବାଇକକୁ ଥାନାକୁ ନେଇ ଉଭୟ ଗାଡିର କାଗଜପତ୍ର ମଗାଇଥିଲେ । ମରୈଗାଁ ଗ୍ରାମର ନିରଞ୍ଜନ ମାଝୀଙ୍କର ଓଆର୨୨ବି-୯୦୪୫ ନମ୍ବର ବିଶିଷ୍ଟ ଏକ ହିରୋହୋଣ୍ଡା ପାସିୟନ ପ୍ଲସ ବାଇକ ହୋଇଥିବାବେଳେ ସେ ତାଙ୍କର କାଗଜପତ୍ର ଦେଖାଇଥିଲେ । କିନ୍ତୁ ସେହି ଓଆର୨୨ବି-୯୦୪୫ ନମ୍ବର ନମ୍ବରରେ ଅନ୍ୟ ଏକ ହିରୋହୋଣ୍ଡା ସ୍ପେ୍ଲଣ୍ଡର ପ୍ଲସ ଗାଡିର ମାଲିକ ଗାଡିର କାଗଜପତ୍ର ଦେଖାଇ ପାରି ନଥିଲେ । ସେ ଜାବିନିପୁରର ଜଣେ ବ୍ୟକ୍ତିଙ୍କ ଠାରୁ ଗାଡିଟିକୁ ବନ୍ଧକ ରଖିଥିଲେ ବୋଲି ଦର୍ଶାଇଥିଲେ । ନନ୍ଦିପଦା ପୁଲିସ ଗାଡିଟିକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି ।


