ଗୋପବାବୁଙ୍କ ବିୟୋଗରେ ଫ୍ୟୁଚର ବାଲେଶ୍ୱରର ଶୋକସଭା
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ବିୟୋଗରେ ‘ଫ୍ୟୁଚର ବାଲେଶ୍ୱର’ ପକ୍ଷରୁ ଏକ ଶୋକସଭା ଆତିଥ୍ୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଏଥରେ ସଂଯୋଜନା କରିବା ସହିତ ସ୍ୱର୍ଗତ ଦାସଙ୍କ ସେବାମୂଳକ କାର୍ଯ୍ୟଧାରା ଓ ଲୋକପ୍ରିୟତା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ମାଟିରେ ଜଣେ ସୁଯୋଗ୍ୟ ପୁଅ ଭାବେ ତାଙ୍କ ସ୍ମୃତି ଉଜ୍ଜୀବିତ ରଖିବା ପାଇଁ ସହରର କୌଣସି ରାସ୍ତା ସ୍ୱର୍ଗତ ଦାସଙ୍କ ନାମରେ ନାମକରଣ ସହ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଡ.ରାଧାରଂଜନ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ରାୟ, ଗୌରାଙ୍ଗ ପାଣିଗ୍ରାହୀ, ଯଶୋଧାରା ଦାସ, ସତ୍ୟଜିତ ମିଶ୍ର, ପ୍ରତିମା ପଣ୍ଡା, ସଂଯୁକ୍ତାରାଣୀ ବେହେରା, ରଂଜନ ପାଣିଗ୍ରାହୀ, ଗୋପାଳ ଚନ୍ଦ୍ର ନାୟକ, ସୌମ୍ୟରଂଜନ ପାତ୍ର, ଦୀପକ କୁମାର ମଲିକ, ଲକ୍ଷ୍ମୀକାନ୍ତ ବେହେରା, ରମେଶ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ଦାସ, ଯୋଗେଶ ଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ତ୍ରିପାଠୀ, କାର୍ତିକ ଚନ୍ଦ୍ର ଘୋଷ, ଅଭିମନ୍ୟୁ କାନୁନଗୋ, ପ୍ରସନ୍ନ ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଓ ସମାଜସେବା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


