ପୂର୍ବତନ ବିଧାୟକଙ୍କୁ ଅଶ୍ରୁଳ ବିଦାୟ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ଶେଷକୃତ୍ୟ ଶୋକାକୁଳ ପରିବେଶ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗୋପାଳଗାଁ ବାସଭବନରୁ ତାଙ୍କର ପାର୍ଥିବ ଶରୀରକୁ ଏକ ବିଶାଳ ଶୋଭାଯାତ୍ରରେ ସହରର ବିଭିନ୍ନ ସ୍ଥାନକୁ ନେଇ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସାବିତ୍ରି ନୋଡାଲ ସ୍କୁଲ, ବାଲେଶ୍ୱର ମହିଳା କଲେଜ, କଚେରୀ ହତା, ମାର୍ଚେଣ୍ଟ କୋ-ଅପରେଟିଭ ବ୍ୟାଙ୍କ ଓ ଫକୀର ମୋହନ କଲେଜ ପରେ ଏହି ଶୋଭାଯାତ୍ରା ଜିଲା କଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିିଥିଲା । ସବୁଠି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଗୋପ ବାବୁଙ୍କ ସହଯୋଗୀ, ସମର୍ଥକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ସହର ପରିକ୍ରମା ବେଳେ ରାସ୍ତାର ଦୁଇପାଶ୍ୱର୍ରେ ହଜାର ହଜାର ଲୋକେ ଶେଷ ସମ୍ମାନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାଲିଘାଟରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ଜ୍ୟେଷ୍ଠପୁତ୍ର ବିଭୂପଦ ଦାସ ମୁଖାଗ୍ନି ଦେଇଥିଲେ ।


