ଗୋରୁମହିଷାଣୀ ହାଇସ୍କୁଲରେ ଶିଶୁ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ନୂତନ କଳେବର ଲାଭ କରିଥିବା ରାଇରଙ୍ଗପୁର ବ୍ଲକର ଅନ୍ୟତମ ୫-ଟି ସ୍କୁଲ ଗୋରୁମହିଷାଣୀ ହାଇସ୍କୁଲର ସାସ୍କୃତିକ ମଣ୍ଡପରେ ଶିଶୁ ଦିବସ ପାଳିତ ହୋଇଯାଇଅଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ମାର୍ଣ୍ଣିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଏନ. ସି. ସି. ଅଧିକାରୀ ରଞ୍ଜନ କୁମାର ନନ୍ଦ ଯୋଗଦେଇ ଶିଶୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିଶୁ ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବକୃତାରେ କୁନ୍ଦନ ଗିରି ଓ ଶିବଶଙ୍କର ଟୁଡୁ, ସଙ୍ଗୀତରେ ନନ୍ଦିନି ନାଏକ ଓ ଅଷ୍ଟମି ମହାନ୍ତ , ଚିତ୍ରାଙ୍କନରେ ସ୍ୱପ୍ନା ବିନ୍ଧାଣି ଓ କାଲେ ହାଁସଦାଃ ଏବଂ ନୃତ୍ୟ ପ୍ରତିଯୋଗିତାରେ ପିଙ୍କି ମାହାଲି ଗ୍ରୁପ୍ ଓ ସୁଜାତା ନାଏକ ଗ୍ରୁପ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମମତା ପୃଷ୍ଟି, ସୀତାମ୍ବରୀ ନାଏକ, ମାନସି ବାଗ୍ ଓ ଶିକ୍ଷା କର୍ମଚାରୀ ଦିଲ୍ଲୀପ ମହାକୁଡଙ୍କ ସମେତେ ସମସ୍ତ ଛାତ୍ର/ ଛାତ୍ରୀ, ଶିକ୍ଷକ/ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କୋଭିଡ୍-୧୯ର ସମସ୍ତ କଟକଣା ମାନି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।।ଶେଷରେ ଶିକ୍ଷକ କିରଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ