ନାଗଭଣ ଗ୍ରାମ ରାଧାକୃଷ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଶ୍ରୀରାଧାପାଦ ଦର୍ଶନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ନିକଟ ନାଗଭଣ ଗ୍ରାମସ୍ଥ ୨୦୧୭ ମସିହାରେ ଭକ୍ତି ଯୋଗ ରସାଵତାର ଜଗଦ୍ ଗୁରୁ କୃପାଳଜୀ ମହାରାଜଙ୍କ ପଟ୍ଟଶିଷ୍ୟ ସ୍ୱାମୀ ମୁକୁନ୍ଦାଜୀ ମହାରାଜଙ୍କ କର କମଳରେ ଶୁଭ ଉଦଘାଟିତ ହୋଇଥିବା ରାଧାକୃଷ୍ନ ମନ୍ଦିର ପରିସରରେ ରାଧାକୃଷ୍ନ ମନ୍ଦିର କମିଟି ତରଫରୁ ଶ୍ରୀ ରାଧାପାଦ ଦର୍ଶନ ଭକ୍ତି କାର୍ଯ୍ୟକ୍ରମ କୋଭିଡ କଟକଣା ଅନୁସାରେ ଶନିବାର ଦିନ ସଂଧ୍ଯାରେ ଅନୂଷ୍ଠିତ ହୋଇଯାଇଛି ।ଏହି ଭକ୍ତି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଦ୍ଵାରା ରାଧାକୃଷ୍ନ ପୂଜା ଓ ଶ୍ରୀ ରାଧାପାଦ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । କମିଟି ତରଫରୁ ଏକ ସତସଙ୍କ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଭକ୍ତି ସଂଗୀତ ପୁରୁଷ ଓ ମହିଳା ସତସଙ୍ଗୀ ଗାନ କରିଥିଲେ । ପରେ ଅଭିଷେକ ଆରୋହଣ ଓ ପାଦପୂଜନ କରିଥିଲେ । କମିଟି ତରଫରୁ କୋଭିଡ କଟକଣାକୁ ଗୁରୁତ୍ୟ ଦିଆଯାଇଥିଲା ।ସମସ୍ତ ଶ୍ରଦ୍ଧାଳୁ ରାଧାକୃଷ୍ନଙ୍କ ଦିବ୍ୟ ପ୍ରେମ ସଂଗୀତରେ ବିମୋହିତ ହୋଇଥିଲେ । ସଂସାରରୁ କରୋନା ସଂକ୍ରମଣ ଦୂର ହେବା ସହ ସମସ୍ତେ ଏକ ପବିତ୍ର ଆଧ୍ୟାତ୍ମିକ ଜୀବନରେ ଗତିଶୀଳ ହୋଇ ସୁସ୍ଥ ଜୀବନ ଯାପନ କରନ୍ତୁ ଏହାହିଁ ପ୍ରାର୍ଥନା କରିଥିଲେ ।ଭରେ ଶ୍ରଦ୍ଧାଳୁଙ୍କୁ କ୍ଷୀରି ବଣ୍ଟନ କରାଯାଇଥିଲା । ଶ୍ରୀରାଧାପାଦ ଦର୍ଶନ ପାଇଁ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ପହଞ୍ଚିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ