ଗ୍ରାମର ନାମ ‘କରୋନା’

ଲକ୍ଷ୍ନୌ : ସାରା ବିଶ୍ବରେ କରୋନାକୁ ଆତଙ୍କ ଦେଖାଦେଇଥିବାବେଳେ ଭାରତର ଏକ ଗ୍ରାମର ଚର୍ଚ୍ଚାର ପରିଧିକୁ ଆସିଛି। କାରଣ ଏହି ଗ୍ରାମର ନାମ ହେଉଛି କରୋନା। ମାତ୍ର ଏହି ଗ୍ରାମ କରୋନା ସଂକ୍ରମିତ ନୁହେଁ, ବରଂ ଏହି ଗ୍ରାମର ନାମ କରୋନା । ଲକ୍ଷ୍ନୌଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏହି କରୋନା ଗ୍ରାମଟି । ଏହି ଛୋଟ ଗ୍ରାମଟି ଏବେ ବହୁ ସଂକଟରେ ଗତି କରୁଛି । କରୋନାକୁ ନେଇ ସମଗ୍ର ବିଶ୍ବରେ ଭୟାନକ ପରିବେଶ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହି ଗ୍ରାମଟି ଏବେ ସମସ୍ତଙ୍କ ପାଇଁ ମଜାକ୍‌ର ବିଷୟ ପାଲଟିଯାଇଛି । ଏହି ଗ୍ରାମର ଜଣେ ନିବାସୀଙ୍କ ମତରେ ଲୋକମାନେ ତାଙ୍କ ଗ୍ରାମକୁ ଯିବାକୁ ଭୟ କରୁଛନ୍ତି । କେହି କେହି ତାଙ୍କୁ ହସରେ ଉଡାଇ ମଧ୍ୟ ଦିଅନ୍ତି । କେହି କେହି ତାଙ୍କୁ ଫୋନ୍‌ କରି ପଚାରନ୍ତି ଯେ, ଆପଣମାନେ ଏ ପର୍ଯ୍ୟନ୍ତ କେମିତି ଜୀବିତ ରହିଛନ୍ତି । ଗ୍ରାମର ନାମ କରୋନା ଥିବାରୁ ସେମାନେ ଏହି ନାମକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସଂଯୋଗବଶତଃ କରୋନା ଗ୍ରାମଟି ହେଉଛି ୮୪-କୋଶି ପରିକ୍ରମାର ପ୍ରଥମ ପାବଚ୍ଛ । ଏଠାରେ ପ୍ରତିବର୍ଷ ହୋଲିର ବିଶେଷ ପ୍ରସ୍ତୁତି ହୋଇଥାଏ । ଏଠାକାର ଜଣେ ସ୍ଥାନୀୟ କୃଷକ ଗୋକୁଲ କହିଛନ୍ତି ଯେ ଏହି ଗାଁର ନାମ ବହୁ ଦଶନ୍ଧି ଧରି ବିଦ୍ୟମାନ ଥିଲା, କିନ୍ତୁ କରୋନା ଆସିବା ପରେ ଏହି ଗ୍ରାମବାସୀଙ୍କୁ ହଠାତ୍ ଏପରି ଭାବରେ ବିବେଚନା କରାଯାଉଛି । ଏହି ଗ୍ରାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି । ଗ୍ରାମଟି ବେଶ୍‌ ଉନ୍ନତ ଥିବାବେଳେ ଗ୍ରାମର ନାମଟିକୁ ନେଇ ସ୍ଥାନୀୟବାସୀ ବେଶ୍‌ ଅସନ୍ତୁଷ୍ଟ ରହିଛନ୍ତି ।
ମହାମାରୀ କରୋନା ଯୋଗୁଁ ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌ ଶେଷ ହେବା ପରେ ସେ ଏହି ଗ୍ରାମର ନାମକୁ ପରିବର୍ତ୍ତନ କରିବା ନେଇ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଏହି କରୋନା ଗ୍ରାମଟି କରୋନା ଭାଇରସ କବଳୁରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ