ଯୁବ ସମାଜ ସେବିଙ୍କ ଦ୍ୱାରା ଖାଦ୍ୟ ବଣ୍ଟନ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ):ଚିକିଟି ଅଂଚଳର ଯୁବ ସମାଜ ସେବୀ ଶଙ୍କର ପ୍ରସାଦ ପ୍ରଧାନ କୋଭିଡ୍-୧୯ ର ସଂକ୍ରମଣ କୁ ରୋକିବା ପାଈଁ ଭାରତ ସରାକାରଙ୍କ କଥା ରାଜ୍ୟ ସରକାରଙ୍କଦ୍ୱାରା ଦିଆ୍ଯାଇଥିବା ଲକ୍ ଡାଉନ୍ ସାଧାରଣରେ ସ୍ୱାଗତ ଯୋଗ୍ୟ। ଲକ୍ ଡାଉନ୍ ସମୟରେ ଏମିତି ବହୁତ ବାସହୀନ ଶ୍ରମିକ ମାନେ ରହିଛନ୍ତି ଯେଊଁ ମାନଙ୍କଠାରେ ନା ସରକାର ରାସନ କାର୍ଡ ନା ବିପିଲ୍ କାର୍ଡ ରହିଛି ।ସେମାନେ ବର୍ତ୍ତମାନ କୌଣସିସରକାରି ସହାୟତା ପାଈ ପାରୁନଥିବା ବେଳେ ସେମାନଙ୍କ ପ୍ରତି ସ୍ୱେଛାସେବି ସଂଗଠନତଥା ପ୍ରଶାସନ ପକ୍ଷରୁ ସ୍ୱତନ୍ତ ଦୃଷ୍ଟି ନେବାକୁ ନିବେଦନ କରୁଛନ୍ତି । ବର୍ତ୍ତମାନ ଅଂଚଳର ରହିଥିବା ବହୁ ବାସହିନ ଓ ଦିନ ମଜୁରିଆଙ୍କୁ ସେ ନିଜ ତରଫରୁ ଖାଦ୍ୟ ପଦାର୍ଥ ପ୍ରଦାନକରୁଥିବା ଦେଖିବାକୁ ମିଳିଛି । ଏଥି ସହ ସେ ଅଂଚଳ ବାସିଙ୍କୁ ନିବେଦନ କରିଛନ୍ତି ଯେ କୋରନା ଭୁତାଣରୁ ସୁରକ୍ଷିତ ରହିବା ପାଇଁ ଘର ଘର ଭିତରେ ରୁହନ୍ତୁ ଓ ସାମାଜିକଦୁରତ୍ୱ ବଜାଇ ରଖିବା ପାଈଁ ନିବେଦନ କରିଛନ୍ତି


