ଜିଲ୍ଲା ସ୍ତରୀୟ ସମନ୍ଵୟ କାର୍ଯ୍ୟକ୍ରମ ଅନୁÂିତ
ଗଜପତି, (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ୧ନଂ ସମ୍ମୀଳନୀ କକ୍ଷଠାରେଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ଅନୁÂିତ ହୋଇଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସରକାର ପ୍ରୋତ୍ସାହନ କରିଥିବା ନିଦେ୍ର୍ଧଶନାମା ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ଏକତ୍ରିତ କରାଇ ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା । ଏହା ସହ ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କର କିଭଳିଭାବେ ଆର୍ଥିକ ଓ ସାମାଜିକ ସ୍ଥିତିରେ ଅଭିବୃଦ୍ଧି ଘଟି ପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସିଂଦଯାଜକ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ସେଠୀ , ଜିଲ୍ଲା ଓଡିଶା ଜୀବିକା ମିଶନର ସଂଯୋଜକ ମିସ ପ୍ରୟମ୍ବଦା ବିଷୋୟୀ, ବାସନ୍ତୀ ବେହେରା, ମନସ୍ମିତା ପାତ୍ର, ଜିଲ୍ଲା ଡ଼ିଡ଼ିଏମ ନବାର୍ଡ , ଏଲ.ଡି.ଏମ , ଗଜପତି, ଜିଲ୍ଲା ମିଶନ ଶକ୍ତିସିଂଦଯାଜକ ଶ୍ରୀମତୀ ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


