ଗ୍ୟାସ୍‌ ଟାଙ୍କି ଫାଟି ୫ ଗୁରୁତର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ୍‌ ଟାଙ୍କି ଫାଟି ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଗମ୍ଭାରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯିବା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି। ଗମ୍ଭାରୀମୁଣ୍ଡାରେ ଆଜି ସକାଳ ପ୍ରାୟ ୭ଟା ବେଳେ ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇଥିଲା। ଏହାଫଳରେ ନିଆଁ ଲାଗି ଯାଇଥିଲା। ପ୍ରଥମେ ରୋଷେଇ କରୁଥିବା ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତାପରେ ପରିବାରର ଅନ୍ୟ ୪ଜଣ ପୋଡ଼ି ହୋଇଯାଇଥିଲେ। ଏହାପରେ ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଗମ୍ଭାରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ