ଢିଙ୍କିଆ ଗାଁରେ ପ୍ରଶାସନିକ ଅଧିକାରୀ ଅଟକ

ଜଗତସିଂହପୁର (ଅନସୂୟା ରାଉତ) ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ଆଜି ବ୍ଲକ୍ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି। ପୂର୍ବରୁ ଏହି ଅଞ୍ଚଳରେ ପୋସ୍କୋ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଏହି ଗାଁ ଯିଏକି ଗୋଟିଏ ପଞ୍ଚାୟତ ଭାବରେ ପରିଚିତ ଥିଲା। କେତେ ଜଣ ପୋସ୍କୋ ବିରୋଧୀଙ୍କ ପାଇଁ ବୃହତ ପୋସ୍କୋ କାରଖାନା ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ଆଜି ସେହି ସ୍ଥାନରେ ଏରସମା ବିଡିଓ କୈଳାଶ ବେହେରା, ତହସିଲଦାର ଚୌଧୁରୀ ଜ୍ଞାନ ପ୍ରଭା ଦାସ ଓ ଏସ୍ ଡି ପିଓ ନିମାଇଁ ଚରଣ ସେଠୀ ମହୋଦୟଙ୍କୁ ଅଟକ ରଖି ଚର୍ଚ୍ଚିତ ହୋଇଛନ୍ତି। ପ୍ରକାଶଥାଉ କି ପଡା ଗ୍ରାମରୁ ରାଜସ୍ୱ ଗ୍ରାମରେ ପରିଣତ ଏରସମା ପ୍ରଶାସନିକ ଅଧିକାରୀ ସେଠାକୁ ଯାଇ ହଟହଟା ହୋଇଛି। ଜଗତସିଂହପୁର ଜିଲ୍ଲା ପାଳଙ୍କ ହସ୍ତ କ୍ଷେପ ପରେ ଏମାନେ ମୁକୁଳିଥିବା ଖବର ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ