ଗ୍ୟାସ ଲିକରୁ ଅଗ୍ନିକାଣ୍ତ ଜଳିଗଲା ଦୁଇବଖରା
ବୁଗୁଡା, (ଅନିଲ କୁମାର ମହାରଣା) : ରୋଷେଇ କରିବା ବେଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ତ ଜଳିଗଲା ଦୁଇ ବଖରା ଘର । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମର ବାରିସାହିରେ। ଶଙ୍କୁରୁ ଗ୍ରାମର କୁଞ୍ଜ ବିଷୋୟୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ବିଷୋୟୀ ରୋଷେଇ କରିବା ସମୟରେ ଗ୍ୟାସ ହାଣ୍ତିରୁ ଲିକେଜ୍ ହୋଇଥିଲା। ଗ୍ୟାସ ଲିକେଜ ଯୋଗୁଁ ଅଗ୍ନି କାଣ୍ତ ଘଟି ଘରର ସମସ୍ତ ଜିନିଷ ସମେତ ବର୍ଷସାରା ପାଇଁ ଗଚ୍ଛିତ ଚାଉଳ ଓ ଧାନ ପ୍ରଭୃତି ନିଆଁରେ ପୋଡି ପାଉଁଶ ହୋଇଯାଇଛି। ଏଥିସହ ଦୁଇ ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଘଟଣାସ୍ଥଳରେ ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


