ଘୁମୁସର ର ସ୍ବର ପକ୍ଷରୁ ୧୩୧ ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କଞ୍ଚୁରୁ ପାହାଡ଼ ଉପରେ ବାରଶହ ଶତାବ୍ଦୀରେ ନିର୍ମାଣ ହୋଇଥିବା ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର ” ବାଲିପଦର ପକ୍ଷରୁ ୧୩୧ ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଗବେଷକ ଡକ୍ଟର ବ୍ରଜ କିଶୋର ପାଢ଼ୀ ଯୋଗଦେଇ ହନୁମାନ ମନ୍ଦିରର ମାହତ୍ମ୍ୟ ଓ ଢ଼ିମ୍ବିରାର ପ୍ରତ୍ନତାତ୍ତ୍ୱିକ ତଥ୍ଯର ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ପାଙ୍ଗିଡି ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ବିଷୋୟୀ, ସମିତି ସଭ୍ଯ ସୁଶାନ୍ତ କୁମାର ଆପଟ, କବି କାର୍ତ୍ତିକେଶ୍ଵର ପ୍ରଧାନ, କବି ରାମଚନ୍ଦ୍ର ସାହୁ, ଜି.ରାଜେଶ୍ବର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡ଼ା, ଭାସ୍କର ପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ଶାଙ୍କୁଳେଇ ଶକ୍ତି ପୀଠ ଓ ଢ଼ିମ୍ବିରା ପାହାଡ଼ ଦକ୍ଷିଣ ମୁଖୀ ହନୁମାନ ପୀଠ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଛି ବୋଲି ବକ୍ତବ୍ଯ ପ୍ରଦାନ କରିଥିଲେ। କୈଳାଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ହନୁମାନ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଞ୍ଚୁରୁର ଯୁବ ଓ ଛାତ୍ର ସଂସଦ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ