ସୁରାଟରେ ଚିକିତ୍ସାଧୀନ ଡାକ୍ତର ଦିହୁଡ଼ିଙ୍କ ପରିବାରକୁ ବିଧାୟକଙ୍କ ସହାୟତା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ମାଣିତରା ପଞ୍ଚାୟତ ଅନର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ିଙ୍କ ମୁଣ୍ଡରେ ଆଘାତ ଲାଗି ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ସୁରାଟର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶଯ୍ୟାଶାୟୀ ଶ୍ରୀ ଦିହୁଡ଼ିଙ୍କ ଧର୍ମପତ୍ନୀଙ୍କୁ ମଇ ୨୪ ତାରିଖ ରବିବାର ଦିନ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏଥି ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହି ଗରିବ ଶ୍ରମିକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ଶ୍ରୀ ଦିହୁଡ଼ିଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିବା ଜଣାପଡିଛି। ଏହି ଗରିବ ଶ୍ରମିକଙ୍କ ଅପରେସନ ପାଇଁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଆବଶ୍ୟକ ଥିବା ବେଳେ ସ୍ବାମୀଙ୍କ ଜୀବନ ରକ୍ଷା ପାଇଁ ବାଦାନ୍ୟ ବ୍ୟକ୍ତି ମାନଙ୍କୁ ସାହାଯ୍ୟ ପାଇଁ ଶ୍ରୀ ଦିହୁଡ଼ିଙ୍କ ପତ୍ନୀ ଝିଲି ଦିହୁଡ଼ି ଆକୁଳ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ