ଘର ସମ୍ମୁଖରେ ଖେଳୁଥିବା ବେଳେ ୨ ଦୁବୃତ୍ତଙ୍କ ଦ୍ୱାରା ଶିଶୁ ଅପହୃତ;ଗଜପତି ପୋଲିସର ତନାଘନା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଏନଏସିର ମଣ୍ଣିଙ୍ଗ ସାହିରେ ଗତକାଲି ସଂଧ୍ୟାରେ ନିଜ ଘର ଠାରୁ ୫୦ମିଟର ଦୁରରେ କିଛି ସାଥୀଙ୍କ ସହ ଖେଳୁଥିବା ବେଳେ ହଠାତ୍ ୨ଜଣ ଦୁବୃତ୍ତ ଏକ ବାଇକ୍‌ରେ ଆସି ଜଣେ ଶିଶୁକୁ ଅପହୃତ କରି ନେଇ ଯାଇଥିବା ସୁଚନା ମିଳିଛି । ଏହି ଘଟଣା ପ୍ରଚାର ହେବା ପରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଗତକାଲି ସଂଧ୍ୟାରେ କାଶୀନଗର ଏନଏସିର ମଣ୍ଣିଙ୍ଗ ସାହିର ଜାମି ଗୋପୀଙ୍କ ପୁଅ ଜାମି ହାର୍ଦ୍ଦିକ ନିଜର କିଛି ସାଥୀଙ୍କ ସହ ଖେଳିଥିବା ବେଳେ ହଠାତ୍ ୨ଜଣ ଦୁବୃତ୍ତ ଏକ ମୋଟର ସାଇକେଲରେ ଆସି ହାର୍ଦ୍ଦିକକୁ ତାର ବାପା କେଉଁଠି ଅଛନ୍ତି ବୋଲି ପଚାରି ଥିଲେ । ଏହା ପରେ ବାପା ଯେଉଁ ଠାରେ ଅଛନ୍ତି ଦେଖାଇ ଦେବୁ ଆସ ବୋଲି କହି ବାଇକ୍‌ରେ ବସାଇ ଶିଶୁକୁ ଧରି ଉଭାନ୍ ହୋଇଯାଇଥିଲେ । ଶିଶୁଟିର ବୟସ ୬ବର୍ଷ ବୋଲି ଜଣାଯାଇଛି । ଏହି ଘଟଣା ନେଇ ହାର୍ଦ୍ଦିକର ପିତା ମାତା ଖେଳୁଥିବା ସାଙ୍ଗମାନଙ୍କ ଠାରୁ ଜାଣିବା କ୍ଷଣି ପୋଲିସକୁ ଖବର ଦେଇଥିଲେ । କାଶୀନଗର ପୋଲିସ ଘଟଣା ସ୍ଥଳରେ ସଂଙ୍ଗେ ସଂଙ୍ଗେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ଶିଶୁକୁ ଉଦ୍ଧାର ପାଇଁ ପୋଲିସ ଦଳ ସହ ନିଜେ କାଶୀନଗର ଆଇଆଇସି ସୁଶାନ୍ତ କୁମାର ସାହୁ ଚାରି ଦିଗରେ ଖୋଜିବା ଆରମ୍ଭ କରିଥିଲେ । ଏହି ଘଟଣା ଗଜପତି ଏସପି ତପନ କୁମାର ପଟ୍ଟନାୟକ ଜାଣିବା ପରେ ତୁରନ୍ତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାଶୀନଗର ଥାନାରେ ଏ ନେଇ ୧୨୨/୨୦ରେ ଏକ ମକଦ୍ଦମା ରୁଜୁ କରାଯାଇ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଭାବେ ୩ଟି ସ୍କ୍ୱାର୍ଡ ଗଠନ କରାଯାଇ ବ୍ୟାପକ ତନାଘନା ଆରମ୍ଭ କରାଯାଇଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ସମସ୍ତ ନାକା ପଏଣ୍ଟରେ ଏ ନେଇ ସମସ୍ତ ଅନୁଧ୍ୟାନ କରାଯାଉଛି । ୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡରୁ ଗୋଟିଏ ପଡୋଶୀ ଆନ୍ଧ୍ରକୁ ଯାଇ ତନାଘନା କରୁଥିବା ବେଳେ ଅନ୍ୟ ୨ଟି ଗଜପତି ଜିଲ୍ଲାର ଚତୁର୍ଦିଗରେ ପଇଁତରା ମାରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ