କନ୍ଧମାଳରେ ମାଣ୍ଡିଆ ବିକ୍ରି ପାଇଁ ସଚେତନତା ରଥ ଉଦଘାଟିତ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ).କନ୍ଧମାଳ ଜିଲାର ୭ଟି ବ୍ଳକରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମିଲେଟ୍‍ ମିଶନ ଚାଲିଥିବା ବେଳେ ବିଭିନ୍ନ ବ୍ଳକସ୍ତରରେ ମାଣ୍ଡିଆ ବିକ୍ରି ପାଇଁ ଆରମ୍ଭ ହୋଇଛି ସଚେତନତା ରଥ। ଏଳଭି ସ୍ଥଳେ ଆଜି କ.ନୂଆଗାଁ ବ୍ଳକରେ ମାଣ୍ଡିଆ ଚାଷୀମାନେ ନିର୍ଦ୍ଧାରିତ ମଣ୍ଡିରେ ଉତ୍ପାଦିତ ମାଣ୍ଡିଆ ବିକ୍ରି କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ଓଡ଼ିଶା ମିଲେଟ୍‍ ମିଶନ୍‍ ଓ ସ୍ୱେଚ୍ଛାସେବୀ ସଂଗଠନ କନ୍ଧମାଳ ସବୁଜ ବୈଦ୍ୟ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ରଥକୁ ଜିଲା କୃଷି ବିଭାଗର ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଏଏଓ ସଂଗ୍ରାମ କୁମାର ସେନାପତି ଓ ସ୍ୱାଗତିକା ଦାସ, ସବୁଜ ବୈଦ୍ୟ ସଂଗଠନର ସଂପାଦକ ଦିନବନ୍ଧୁ ମହାରଣା, କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଥିଲେ। ସଂଗଠନର ଅକ୍ଷୟ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆଶିକ୍‍ ରଂଜନ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ୮ ଦିନ ଧରି ଏହି ରଥ ବ୍ଳକର ସମସ୍ତ ୧୪ଟି ପଂଚାୟତରେ ଗସ୍ତ କରି ଚାଷୀମାନଙ୍କୁ ସଚେତନ କରିବ ବୋଲି କୁହାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ