ଘୁମୁସରର ସ୍ୱର ପକ୍ଷରୁ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ଏକାଦଶାହ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ର ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ଏକାଦଶାହ ଉପଲକ୍ଷେ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଷ୍ଠାନ ” ଘୁମୁସର ର ସ୍ୱର ” ପକ୍ଷରୁ ଏକ ସ୍ମୃତି ସଭା ଗୁରୁବାର ଦିନ ପ୍ରତିଷ୍ଠାନର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଦୂରତା ବଜାୟ ସହ କୋଭିଡ ନିୟମ ଅନୁସାରେ ଘୁମୁସର ର ସ୍ୱର ସଂଗଠନର ସଭାପତି ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଶ୍ରୀ ପଣ୍ଡା “ଘୁମୁସର ର ସ୍ୱର”ର ସ୍ଥାୟୀ ସଦସ୍ୟ, ଧର୍ମ ଜାଗରଣ ସମିତିର ପ୍ରତିଷ୍ଠାତା ସଦସ୍ୟ, ପଣ୍ଡିତ ପୁରୋହିତ ସମ୍ମିଳନୀର ସଭାପତି, ଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା, ବାଲିପଦର କଲେଜ କମିଟି ସଦସ୍ୟ, ମକର ଯାତ୍ରାର ଉଦ୍ଦଘୋଷକ ପ୍ରଭୃତିର ସଦସ୍ୟ ଭାବେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ। ଏହି ସ୍ମୃତି ସଭାରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ଜି.ସଞ୍ଜୀବ କୁମାର ପାତ୍ର, ରତ୍ନାକର ମହାରଣା, ଖଲି ପରିଡା ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ବର୍ଗତ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ