ଚନ୍ଦନ ଯାତ୍ରାରେ ଏସବିଆଇ ପକ୍ଷରୁ ପାନୀୟ ଜଳ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଭାରତୀୟ ଷ୍ଟେଟ ବ୍ୟାଙ୍କ ଜିଲା ମୁଖ୍ୟ ଶାଖା ଓ ଅବସରପ୍ରାପ୍ତ ଏସବିଆଇ କର୍ମଚାରୀ ସଂଘ ବାଲେଶ୍ୱର ଶାଖାର ମିଳିତ ସହଯୋଗରେ ମିର୍ଜାପୋଖରୀ ଚନ୍ଦନ ଯାତ୍ରା ପାନୀୟଜଳ ବିତରଣ କେନ୍ଦ୍ର ଖୋଲାଯାଇଥିଲା । ଏହି କେନ୍ଦ୍ରକୁ ଭାରତୀୟ ଷ୍ଟେଟବ୍ୟାଙ୍କ୍ ବାଲେଶ୍ୱର ଶାଖାର ମୁଖ୍ୟ ପ୍ରବନ୍ଧକ ହେମନ୍ତ କୁମାର ବେହେରା, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟ ନୃସିଂହ ଚରଣ ଦାସ ଓ ଚନ୍ଦନ କମିଟିର ସଭାପତି ପଦ୍ମଲୋଚନ ଲେଙ୍କା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କର୍ମଚାରୀ ସଂଘର ଆଞ୍ଚଳିକ ସମ୍ପାଦକ ମାନସ କୁମାର ମହାପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରେକୃଷ୍ଣ ପାତ୍ର, ସମ୍ପାଦକ ଗଣେଶ ଚନ୍ଦ୍ର ଯେନାଙ୍କ ସମେତ ପରେଶ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଅଶୋକ କୁମାର ସାହୁ, ନିତ୍ୟାନନ୍ଦ ରାଉତଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ଯୋଗଦେଇ ଚନ୍ଦନ ଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କୁ ପାନୀୟ ଜଳ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ