ନାଉଗାଁ ବ୍ଲକରେ ମନରେଗା କାର୍ଯ୍ୟ : ତଦନ୍ତ କଲେ ପ୍ରକୃତ ତଥ୍ୟ ଜଣାପଡିବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଗ୍ରାମାଂଚଳରେ ଆର୍ଥୀକ ଦୁର୍ବଳ ଶ୍ରେଣୀକୁ ସମ୍ମାନର ସହ ରୋଜଗାର ଦେବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟକାରୀ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ଗତ ୪ବର୍ଷ ମଧ୍ୟରେ ନାଉଗାଁ ବ୍ଲକରେ ଏହି ଯୋଜନାରେ କାର୍ଯ୍ୟ କରିବା ପାଇଁ ଶ୍ରମିକମାନଙ୍କର ଆଗ୍ରହ ବଢିଥିବା ମନରେଗା ପୋର୍ଟାଲ ତଥ୍ୟରୁ ଜଣାଯାଇଛି । ମନରେଗା ପୋର୍ଟାଲ ତଥ୍ୟ ଅନୁସାରେ ୨୦୧୮-୧୯ ଆର୍ôଥକ ବର୍ଷ ଅନୁଯାୟୀ ନାଉଗାଁ ବ୍ଲକରେ ମୋଟ ୧୨,୦୧୫ ଜଣ ପରିବାରଙ୍କର ଜବ କାର୍ଡ ରହିଥିବା ବେଳେ ଏଥିରେ ୩୦,୧୪୭ଜଣ ଶ୍ରମିକ ରହିଥିଲେ । ଉକ୍ତ ଆର୍ଥିକ ବର୍ଷରେ ୧,୭୧୪ପରିବାର ଏହି ଯୋଜନାରେ କାର୍ଯ୍ୟ କରିବା ପାଇଁ ଆବେଦନ କରିଥିବା ବେଳେ ୧,୭୧୩ ଜଣ ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଥିବା ବେଳେ ଏଥିମଧ୍ୟରୁ ୧,୫୦୬ ଜଣ ପରିବାର କାର୍ଯ୍ୟ କରିଥିଲେ । ଯାହାମଧ୍ୟରେ ୨,୩୬୨ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ୨୪,୬୮୮ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ସେହିପରି ୨୦୧୯-୨୦ ଆର୍ôଥକ ବର୍ଷରେ ୧୩,୩୯୦ଜଣ ପରିବାରଙ୍କର ଡବକାର୍ଡ ରହିଥିବା ବେଳେ ଏଥିରେ ୩୨,୫୧୦ଜଣ ଶ୍ରମିକ ରହିଥିଲେ । ଏହା ମଧ୍ୟରୁ ୨,୦୫୨ଜଣ ପରିବାର ଉକ୍ତ ଯୋଜନାରେ କାର୍ଯ୍ୟ କରିବା ପାଇଁ ଆବେଦନ କରିଥିଲେ । ପ୍ରଶାସନ ପକ୍ଷରୁ ୨,୦୪୮ଜଣ ପରିବାରଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିବା ବେଳେ ଏଥିମଧ୍ୟରୁ ୧,୯୬୩ ଜଣ ପରିବାର କାର୍ଯ୍ୟ କରିଥିଲେ । ଏଥିରେ ୩,୨୭୬ ଜଣ ଶ୍ରମିକ କାର୍ଯ୍ୟ କରିଥିବା ବେଳେ ମୋଟ ୩୯,୯୫୫ ଶ୍ରମ ଦିବସ ସୃଷ୍ଟି ହୋଇଛି । ୨୦୨୦-୨୧ ଆର୍ôଥକ ବର୍ଷରେ ୧୪,୫୧୮ପରିବାରଙ୍କର ଜବ କାର୍ଡ ପଂଜିକୃତ ହୋଇଥିବା ବେଳେ ଏଥିରେ ୩୩,୭୫୦ ଜଣ ଶ୍ରମିକ ରହିଥିଲେ । ଏଥିମଧ୍ୟରୁ ୫,୩୩୧ ଜଣ ପରିବାରର ୮,୪୦୯ ଜଣ ଶ୍ରମିକ କାମ ପାଇଁ ଆବେଦନ କରିଥିବା ବେଳେ ୫,୩୧୯ ଜଣ ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା । କିନ୍ତୁ ୪,୫୩୯ଜଣ ପରିବାରର ୬,୫୨୫ଜଣ ଶ୍ରମିକ କାର୍ଯ୍ୟ କରିଥିବା ବେଳେ ୯୦,୩୨୪ ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ୨୦୨୧-୨୨ ଆର୍ଥୀକ ବର୍ଷରେ ୧୪,୯୫୪ ପରିବାରଙ୍କର ଜବ କାର୍ଡ ପଂଜିକୃତ ହୋଇଥିବା ବେଳେ ଏଥିରେ ୩୩,୯୬୫ଜଣ ଶ୍ରମିକ ରହିଥିଲେ । ଏଥିମଧ୍ୟରୁ ୨,୮୩୫ ଜଣ ପରିବାରର ୪,୯୪୦ଜଣ ଶ୍ରମିକ କାମ ପାଇଁ ଆବେଦନ କରିଥିବା ବେଳେ ୨,୮୨୯ ଜଣ ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା । କିନ୍ତୁ ୨,୧୮୪ ଜଣ ପରିବାରର ୩,୫୨୧ ଜଣ ଶ୍ରମିକ କାର୍ଯ୍ୟ କରିଥିବା ବେଳେ ମୋଟ ୫୮,୨୩୧ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ସେହିପରି ଚଳିତ ଆର୍ôଥକ ବର୍ଷର ମେ ମାସ ୩ ତାରିଖ ସୁଦ୍ଧା ୧୪,୯୭୭ ଜଣ ପରିବାରଙ୍କର ଜବ କାର୍ଡ ପଂଜିକୃତ ହୋଇଥିବା ବେଳେ ଏଥିରେ ୩୩,୯୮୫ଜଣ ଶ୍ରମିକ ରହିଛନ୍ତି । ଏଥିମଧ୍ୟରୁ ୮୧୨ଜଣ ପରିବାରର ୧,୨୦୦ଜଣ ଶ୍ରମିକ କାମ ପାଇଁ ଆବେଦନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ୮୧୨ଜଣ ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି । କିନ୍ତୁ ଏଥିମଧ୍ୟରୁ ୪୭୮ଜଣ ପରିବାରର ୬୧୭ଜଣ ଶ୍ରମିକ କାର୍ଯ୍ୟ କରିଥିବା ବେଳେ ୪,୩୦୨ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି । ପୂର୍ବ ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକ ବର୍ଷର ତଥ୍ୟକୁ ନେଇ ଅନୁଧ୍ୟାନ କରାଗଲେ ମନରେଗା କାର୍ଯ୍ୟ ପ୍ରତି ନାଉଗାଁ ବ୍ଲକର ଲୋକମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଶ୍ରମିକମାନଙ୍କର ମନରେଗା କାର୍ଯ୍ୟ ପ୍ରତି ଶତ ପ୍ରତିଶତ ଆଗ୍ରହ ଅଛନ୍ତି ନାଁ ମେସିନ ସାହାର୍ଯ୍ୟରେ କାର୍ଯ୍ୟ କରାଯାଇ କାଗଜ କଲମରେ କାର୍ଯ୍ୟ ଶେଷ ହେଉଛି । ଏହାର ତଦନ୍ତ କଲେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।


