ଚଳିତ ବର୍ଷ ରଥ କମିଟିର ଅଧ୍ୟକ୍ଷ ଭାବେ ଉପଜିଲ୍ଲାପାଳ ମନୋନୀତ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ‘କରୋନା’ ସଂକ୍ରମଣ ଓ ଲକ୍ ଡାଉନ୍ ନେଇ ରଥଯାତ୍ରା ଦୋ ଛକିରେ । ତଥାପି ଦେବୋତ୍ତର ବିଭାଗ ଓ ରଥ କମିଟି ଆଶା ଛାଡିନି । ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି , ରହିବ ଓ ରହିଥିଲା । ଚଳିତ ବର୍ଷ ରଥଯାତ୍ରାର ପ୍ରଥମ ପର୍ବ ଦେବ ସ୍ନାନ ପୂର୍ଣ୍ଣିମା ଆସନ୍ତା ଜୁନ ୫ତାରିଖ ପଡୁଛି । ତେଣୁ ରଥଯାତ୍ରା ପାଇଁ ଆଜିଠୁ ପ୍ରସ୍ତୁତି ବୈଠକ ଦେବୋତ୍ତର ବିଭାଗ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ସଭାପତିତ୍ବରେ ଗୁରୁବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ ରଥଯାତ୍ରା ସମ୍ବନ୍ଧୀୟ ଆଲୋଚନା ହୋଇଥିଲା ।ଜୁନ ମାସରେ ‘କରୋନା’ ପ୍ରକୋପ ବହୁ ପରିମାଣର ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନଙ୍କ ମତ, ତେଣୁ ସେତେବେଳେ ପରିସ୍ଥିତି କ’ଣ ଥିବା କହି ହେବନି ! ତଥାପି ଆଶା ଛାଡି ହେବ ନାହିଁ । ରାଇରଙ୍ଗପୁର ରଥ ପରିଚାଳନା କମିଟି ଆରମ୍ଭରୁ ଏପର୍ଯ୍ୟନ୍ତ ବେସରକାରୀ କର୍ମକର୍ତ୍ତାଙ୍କ ଦ୍ଵାରା ପରିଚାଳିତ ହେଉଥିଲା । ସରକାର ଦଳ କିମ୍ବା ବିରୋଧୀ ରାଜନୈତିକ ସଂଗଠନ ଦ୍ଵାରା ପରିଚାଳିତ ହେଉଥିଲା ।ହେଲେ ଆଜିର ବୈଠକରେ କୌଣସି ରାଜନୈତିକ ଦଳର ନେତୃବୃନ୍ଦ ରଥପରିଚାଳନା କମିଟିର ସଭାପତି ହେବା ପାଇଁ ରାଜି ହେଲେ ନାହିଁ । ସର୍ବସମ୍ମତିକ୍ରମେ ସମସ୍ତେ ପ୍ରଶାସନ ଦାୟିତ୍ଵ ନେବା ପାଇଁ କହିଥିଲେ । ଶେଷରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଅଧ୍ୟକ୍ଷ ଭାବେ କମିଟି ତରଫରୁ ମନୋନୀତ କରାଯାଇଥିଲା ।ଦେବସ୍ନାନ ପୂର୍ଣ୍ଣିମାରେ ନିରାଡମ୍ବର ଭାବରେ ରୀତିନୀତି ଓ ବିଦ୍ଧି ଅନୁସାରେ କରାଯିବ ।କରୋନା ସମ୍ବନ୍ଧୀୟ ଆଇନକୁ କଡ଼ାକଡ଼ି ଭାବରେ ପାଳନ କରାଯିବ ।ଠାକୁରଙ୍କ ବେଦୀରୁ ସିଧା ସ୍ନାନ ମଣ୍ଡପକୁ ପହଣ୍ଡିରେ ୧୫ଜଣ ଦ୍ଵାରା ଅଣାଯିବ ଓ ରାତିରେ ଅଣସର ଘରକୁ ଫେରାଇ ନିଆଯିବ । ଆସନ୍ତା ମେ ୩୦ରୁ ଯୋରଦାର ରଥ ନିର୍ମାଣ ଚାଲିବ । ମହାପ୍ରଭୁ ଯଦି ପ୍ରସନ୍ନ ହୁଅନ୍ତି ତାହାହେଲେ ରଥ ଚାଲିବ । ତେଣୁ ସବୁ ରକମର ପ୍ରସ୍ତୁତି ହୋଇ ରହିଥିବା ଦରକାର ।ତା’ପରେ କାଳିଆର ଇଛା !ଆଜିର ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକରେ ପରିଚାଳନା କମିଟିର ସଦସ୍ୟବୃନ୍ଦ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରସାନନ୍ଦ ଲେଙ୍କା, ମନୋରଞ୍ଜନ ମହାନ୍ତି, କୃଷ୍ଣ ବିହାରୀ ମହାନ୍ତି, ନବିନ ରାମ, ଏସଡିପିଓ ସ୍ନେହାଶୀଷ ସାହୁ, ତହସିଲଦାର ଯୋଗ ରଂଜନ ନାୟକ,ରେଭିନ୍ଯୁ ଅଫିସର ଧର୍ମେନ୍ଦ୍ର ଶତପଥୀ, ଇଶାନ୍ତ ମିଶ୍ର, ମନ୍ଦିର ମୁଖ୍ୟ ପୂଜକ ଦେବ ନନା, ଧରଣୀଧର ମିଶ୍ର, ଆଲୋକ ଅଗ୍ରୱାଲ,ମହାବୀର ଅଗ୍ରୱାଲ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ