ଚାନ୍ଦୋଳ ପଞ୍ଚାୟତରେ ସି.ଆର.ପି. ଚୟନକୁ ବାତିଲ କରାଗଲା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସି.ଆର.ପି. ଚୟନରେ ଅନୀୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ତାହାକୁ ବାତିଲ କରିଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତରେ ଓଡିଶା ଜୀବିକା ମିଶନ(ଓ.ଏଲ.ଏମ.)ପକ୍ଷରୁ ହେବାକୁ ଥିବା ସି.ଆର.ପି. ଚୟନକୁ ମଙ୍ଗଳବାର ବାତିଲ କରିଦିଆଯାଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ସି.ଆର.ପି. ଚୟନ ପ୍ରକ୍ରୀୟାରେ ସ୍ୱଛତା ନଥିବା ହେତୁ ଆବଶ୍ୟକ ଦକ୍ଷତା ଥାଇ ମଧ୍ୟ ପ୍ରକୃତ ପ୍ରାଥିୀ ବାଦ ପଡିଥିବା, ଚୟନରେ ପକ୍ଷପାତିତା ଓ ପଞ୍ଚାୟତ ଚୟନ କମିଟି ଦ୍ୱାରା ସି.ଆର.ପି. ଚୟନ କରାଯିବା ବଦଳରେ ସଂପୃକ୍ତ ବ୍ଲକର ବିପିଏମ ଓ ବିଏଲସିଙ୍କ ଦ୍ୱାରା ଚୟନ କରାଯିବାକୁ ନେଇ ଡେରାବିଶ ବ୍ଲକର ବିଡିଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ନିକଟରେ ଚୟନରୁ ବାଦ ପଡିଥିବା ପ୍ରାର୍ଥୀ ସରୋଜିନୀ ମଳିକ ଅଭିଯୋଗ କରିଥିଲେ । ଉଭୟ ବିପିଏମ ଏବଂ ବିଏଲସି ରାଜନୈତିକ ଚାପରେ ନିଜ କ୍ଷମତା ଓ ପଦବୀର ଦୁରୁପଯୋଗ କରି ଏଭଳି କରିଥିବା ଅଭିଯୋଗ ହୋଇଥିଲା । ସି.ଆର.ପି. ପଦ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଦରଖାସ୍ତ ଗୁଡିକ ଏକ ବାକ୍ସ ଭିତରେ ତାଲା ପଡି ଚୟନ କମିଟି ସଭାପତିଙ୍କ ନିକଟରେ ଥିବା ବେଳେ ସେହି ବାକ୍ସକୁ ବିଏଲସି ସଭାପତିଙ୍କ ନିକଟରୁ ନେଇଯାଇଥିଲେ ବୋଲି କହିଛନ୍ତି ଚୟନ କମିଟିର ସଭାପତି ଓ ସମ୍ପାଦିକା । ଏସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍‌ିପ କୁମାର ପରିଡା ଡେରାବିଶ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଆଜି ଅତ୍ୟନ୍ତ ତରବରିଆ ଭାବେ ଉଭୟ ବିପିଏମ ଓ ବିଏଲସି ସି.ଆର.ପି. ଚୟନ କରାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଶତାଧିକ ମହିଳା ଏହାର ବିରୋଧ କରିବାରେ ସେମାନେ ଚୟନକୁ ବାତିଲ କରିଦେଇ ଫେରିଯାଇଥିବା ଜଣାପଡିଛି । ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ସହ ଭିଡିଓ ରେକଡିଂ କରାଯିବା ସହ ସରକାରଙ୍କ ନିୟମ ଅନୁଯାଇ ସି.ଆର.ପି. ଚୟନ କରାଯିବାକୁ ମହିଳାମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ