ଦିବଂଗତ ନିର୍ମାଣ ଶ୍ରମିକନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ତଥା ଏଆଇଟିୟୁସିର ସକ୍ରିୟ ସଦସ୍ୟ ଶଶିକାନ୍ତ ବେହେରାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଢ଼ୁଆଁପଦା ସ୍ଥିତ ଉଠା ଜଳସେଚନ କର୍ମଚାରୀ ସଂଘ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସିର ଜିଲା ସଭାପତି ଭାଗବତ ପ୍ରତିହାରୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇଏନଟିୟୁସିର ଜିଲା ସଂପାଦକ ବିକାଶ ଦାସ, ସିଆଟିୟୁର ଜିଲା ଆବାହକ ବିଜୟ ପାତ୍ର, ଓଆଇଟିୟୁସିର ଜିଲା ସଂପାଦକ ଶ୍ୟାମ ସୁନ୍ଦର ଜେନାଙ୍କ ସମେତ ପ୍ରତିରକ୍ଷା କର୍ମଚାରୀ ନେତା ଜଗଦୀଶ ବାରିକ, ଡାକ କର୍ମଚାରୀ ନେତା ଅକ୍ଷୟ କୁମାର ତ୍ରିପାଠୀ, ବିଜୁ ନିର୍ମାଣ ଶ୍ରମିକ ନେତା ହରିଶ୍ଚନ୍ଦ୍ର ପାତ୍ର, ଚାଷୀ ଏକତା ମଞ୍ଚର ନେତା ଅରୁଣ ଜେନା, ବିଦ୍ୟୁତ କର୍ମଚାରୀ ନେତା ରବୀନ୍ଦ୍ର ବେରା, ସତ୍ୟରଂଜନ ବେହେରା, ଭରତ ଚନ୍ଦ୍ର ସେଠୀ, ଅଙ୍ଗନୱାଡ଼ି ନେତ୍ରୀ ଗୌରୀ ଦାସ, ଉତ୍କଳ ମହିଳା ସମିତି ସଭାନେତ୍ରୀ ବନ୍ଦନା ପାତ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ସିଭିଲ୍ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଓ ସଂପାଦକ ମାୟାଧର ନାୟକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ତପନ ସିଟ୍‌, ସନ୍ତୋଷ ରଣା, ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଉଦଯୋଗୀ ନିଷ୍ଠାପର ତଥା ଦରଦୀ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟଥିଲେ ବୋଲି ବକ୍ତାମାନେ କହିଥିଲେ । ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥି ସହିତ ରେଳ ଦୁର୍ଘଟଣାରେ ମୃତକମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ