ଚିକିଟିରେ ୧୪ କରୋନା ପଜିଟିଭ ଚିହ୍ନଟ

ଚିକିଟି, (କୁରେଶୁ ସାହୁ): କରୋନା ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଵୃଦ୍ଧି ପାଉଥିବା ବେଳେ ଚିକିଟିରେ ପୁଣି ୧୪ ପଜିଟିଭ ବାହାରିଥିବା ଜଣା ପଡ଼ିଛି। ଏହାକୁ ନେଇ ଲୋକଙ୍କ ମନରେ ଗୋଟେ ପ୍ରକାରର ଭୟର ବାତାବରଣ ଦେଖିବାକୁ ମିଳିଛି। ଜୁଲାଇ ମାସର ପ୍ରଥମ ସଟଡ଼ାଉନ ରେ ଆଜି ଚିକିଟି ସମେତ ନୂଆପଡା, ଚାନ୍ଦପୁର, ଏମିତି ଛୋଟ ଛୋଟ ବଜାର ଗୁଡିକ ପୁରା ଖାଁ ଖାଁ ହୋଇଥିବା ଦେଖିବାକୁ ମିଳିଛି। ଜନସାଧାରଣ ମଧ୍ୟ ଆଗ ଅପେକ୍ଷା ଏବେ ଅଧିକ ସଜାଗ ହେବାରେ ଲାଗିଲେଣି। ଦିନକୁ ଦିନ ପଜିଟିଭ ବଢ଼ୁଥିବାବେଳେ ଅମାନିଆଙ୍କୁ କାବୁ କରିବା ପାଇଁ ପ୍ରଶାସନ ତତ୍ପର ଥିବା ଦେଖିବାକୁ ମିଳିଛି । ଚିକିଟି ବ୍ଲକରୁ ୧୪ ଗୋଟି କରୋନା ପଜିଟିଭ ଚି଼ହ୍ନଟ ହୋଇଛି । ସେଥିମଧ୍ୟରୁ ଚିକିଟି ପେଣ୍ଠ ୪, ନୂଆପଡା -୩, ଗିରିଶୋଲା -୫, ଲିଆଖlଇ-୧, ଅଲାଡ଼ିପୁର – ୧ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲ ପହଞ୍ଚା ଯାଇଛି l ସେଥିମଧ୍ୟରୁ ପାଣ୍ଡିରୀ ଓ ମଇସାନପୁରକୁ ପ୍ରଥମେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ନୂଆପଡା ଓ ଗିରିଶୋଲl କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ପାଇଁ ପ୍ରଶାସନ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ପଠେଇ ଥିବା ନେଇ ତହସିଲଦାର ଜଣେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ