ସିନ୍ଥେଟିକ୍ ଫାଇବାର କାରଖାନା ପ୍ରତିଷ୍ଠହେବା ଭଦ୍ରକରେ : ଧର୍ମେନ୍ଦ୍ର

ଭଦ୍ରକ, (ଓ୍ବାଇଏନ୍ଏସ୍) : ଭଦ୍ରକ ଜିଲାରେ ସିନ୍ଥେଟିକ୍ ଫାଇବର ନିର୍ମାଣ ପାଇଁ କାରଖାନା ନିର୍ମାଣ ହେବ । ନିକଟରେ ରାଜ୍ୟ ସରକାର ଏଥି ନିମି ଜମି ଚିହ୍ନଟ କରିଛନ୍ତି । ଖୁବଶୀଘ୍ର ଏହି ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଭଦ୍ରକ ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲିକୁ ଉଦ୍‌ବୋଧନ ଦେବା ସହ ଘରକୁ ଘର ବୁଲି ଗରିବ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରିବାକୁ ଆହ୍ୱାନ ଦେଇଛନ୍ତି । ଏଠାରେ ଲୋକଙ୍କୁ ରୋଜଗାର ଦେବା ସହ ସରକାରଙ୍କ ରାଜସ୍ୱ ବଢାଇବା ପାଇଁ ମେଗା ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ପୂର୍ବ ଭାରତକୁ ଦେଶର ପ୍ରୟୋଗଶାଳା କରିବା ଓ ଓଡ଼ିଶାକୁ ପୂର୍ବ ଭାରତର ମୁଖଶାଳା କରିବା ପାଇଁ ରେଳପଥ, ଜାତୀୟ ରାଜପଥ, ବିମାନ ସେବା, କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ମୁକ୍ତ ହସ୍ତରେ ଦାନ କରୁଛନ୍ତି । ବର୍ତମାନ ସମୟରେ ଗରିବ କଲ୍ୟାଣ ଯୋଜନା ଘୋଷଣା କରାଯାଇଛି । ୮୦ କୋଟି ଲୋକ ଓ ସେଥି ମଧ୍ୟରୁ ଓଡ଼ିଶାର ୭୫ ଭାଗ ଲୋକଙ୍କ ପାଇଁ ୮ ମାସର ରାସନ ଘୋଷଣା କରାଯାଇଛି । ମୋଦିଙ୍କ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ କାରଣରୁ କରୋନା ମହାମାରୀ ସମୟରେ ଭାରତ ୧୫୦ ଦେଶକୁ ଔଷଧ ପଠାଉଛି । ଏହା ହିଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦିଗରେ ବଡ ପଦକ୍ଷେପ ବୋଲି ଉଦ୍‌ବୋଧନରେ କହିଥିଲେ । ଏହି ଭର୍ଚୁଆଲ ଜନସମ୍ବାଦ ରାଲିରେ ଜିଲା ସଭାପତି ହେମନ୍ତ କୁମାର ପାଢୀ ଅଧ୍ୟକ୍ଷତା କରିଥିବାବେଳେ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପ୍ରାକ୍ତନ ଜିଲା ସଭାପତି ବଦ୍ରୀ ନାରାୟଣ ଧଳ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ