ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ଦୁଇ ଦିନିଆ ସଟ୍ ଡ଼ାଉନ ଆରମ୍ଭ

ବାରିପଦା, (ଓ୍ବାଇଏନ୍ଏସ୍) : ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଅନୁସାରେ କୋଭିଡ଼ ସଂକ୍ରମଣର ମୁକାବିଲା ନିମନ୍ତେ ଲକ୍‌ଡ଼ାଉନ ଅନଲକ୍‌-୨କୁ ଯୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ଯାଇଛି, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋଭିଡ଼ ପରିଚାଳନା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଥର ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ସଟ୍ ଡ଼ାଉନ ଘୋଷଣା କରାଯାଇଛି । ଫଳରେ ଜିଲ୍ଲାରେ ସର୍ଟଡ଼ାଉନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଜିଲ୍ଲାର ସଦର ମହକୁମା ବାରିପଦାରେ ରାସ୍ତାଘାଟ ଶୂନଶାନ ରହିଥିବାବେଳେ କାଁ ଭାଁ ଗାଡ଼ି ମୋଟର ଯାତାୟତ କରୁଥିବାର ଦେଖିବାକୁ ମିଳିଥିଲା । କେବଳ ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ବାରିପଦା ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିଲା । ଏଥି ସହିତ ପୁଲିସ ଭ୍ୟାନ ସହରରେ ପଇଁତରା ମାରୁଥିଲା । ସିସି ଟିଭି କ୍ୟାମେରା ଲାଗିଥିବା ପିସିଆର ଭ୍ୟାନ ସହରରେ ଚକ୍କର କାଟିବା ସହିତ ସର୍ଟଡ଼ାଉନ ନିୟମ ଭଙ୍ଗକାରୀମାନଙ୍କ ଉପରେ କଡ଼ା ନଜର ରଖିଥିଲା । ଜୁଲାଇ ମାସର ପ୍ରତ୍ୟେକ ଜୁଲାଇ ମାସ ପ୍ରତି ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସର୍ଟଡାଉନ୍ କଟକଣା ଲାଗୁ କରାଯାଇଛି । ସର୍ଟ୍‌ଡାଉନ ସମୟରେ କେବଳ ମେଡିକାଲ ପ୍ରତିଷ୍ଠାନ ଓ ହସପିଟାଲ୍‌, କ୍ଲିନିକ୍‌, ନର୍ସିଂହୋମ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ ସେବା, ଜିଲ୍ଲା ଓ ମୁନିସିପାଲିଟି ପ୍ରଶାସନ, ପୋଲିସ, ଅଗ୍ନିଶମ ସେବା, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ, ଜଳ ଯୋଗାଣ, ପରିମଳ ଓ ସ୍ୱେରେଜ୍ କାର୍ଯ୍ୟ, ବିଦ୍ୟୁତ୍ ଶକ୍ତି ଯୋଗାଣ ଓ ବିତରଣ, ଅତ୍ୟାବଶକୀୟ ଜିନିଷ ଯୋଗାଣ ପରିବହନ, ଶିଳ୍ପ ପ୍ରତିଷ୍ଠାନ, କଳ କାରଖାନା, କୃଷି ଓ ଉଦ୍ୟାନ କୃଷି,ଧାନମଣ୍ଡି କେନ୍ଦ୍ର, ମତ୍ସ୍ୟ, ପ୍ରାଣୀ ସମ୍ପଦ ଏବଂ ସେବା କ୍ଷେତ୍ର ଶିଳ୍ପ, ଆଇଟି, ଆଇଟି ଇ ସେବା, ହୋଟେଲ୍‌, ହସ୍‌ପିଟାଲିଟି ୟୁନିଟି ଓ ତତ୍‌ସଂଲଗ୍ନ କାର୍ଯ୍ୟାଳୟରେ ନିୟୋଜିତ କର୍ମଚାରୀ, ଜାତୀୟ, ରାଜ୍ୟ ସଡକ ପରିବହନ ପାଇଁ ଟ୍ରାନଜିଟ୍ ଯାନବାହାନ ଚଳାଚଳ, ସର୍ବସାଧାରଣ ଯାତ୍ରୀବାହୀ ବସ୍‌, ରେଳ ପରିବହନ, ଘରୋଇ ବସ୍‌, ଟ୍ୟାକ୍ସି, ଅଟୋରିକ୍ସା ଆଦି ଯାନବାହାନ ଯାତ୍ରୀ ନେବା ଆଣିବା ସେବା, ରେଳ ଷ୍ଟେସନ ଓ ବସ୍ ଟରମିନାଲ୍ ସେବା କ୍ଷେତ୍ରରେ ନିୟୋଜିତ ଅଧିକାରୀ, କର୍ମଚାରୀ, ଗ୍ରୋସାରୀ ସାମଗ୍ରୀ ଓ ପନିପରିବା, କ୍ଷୀର ଦୋକନା ଆଦିି ଅତ୍ୟାବଶକୀୟ ଜିନିଷ, ଘରୋଇ ରେଷ୍ଟୁରାଣ୍ଟ, ଜାତୀୟ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡକ ପଥ କଡରେ ଥିବା ଢାବା ଏବଂ ଖବର କାଗଜ ବିତରଣ ଆଦି କ୍ଷେତ୍ରରେ ହୋମ ଡେଲିଭରୀ ସେବା କାର୍ଯ୍ୟ କ୍ଷେତ୍ର ଗୁଡିକୁ ବାଦ ରଖାଯାଇଥିଲେ ମଧ୍ୟ ପୁଲିସ ଭୟରେ ସବୁ କିଛି ବନ୍ଦ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ