ଚୈତ୍ର ୨ୟ ମଙ୍ଗଳବାର : ଶ୍ୟାମଳାଇ ପୀଠ ଭକ୍ତ ଶୂନ୍ୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସମଗ୍ର ବିଶ୍ୱବାସୀଙ୍କୁ ଏବେ କରୋନା ଚିନ୍ତା ଘାରିଛି । ଏଭଳି ସ୍ଥିତିରେ ରାଜ୍ୟର କେତେକ ଅଂଚଳରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗି ରହିଛି । ରାଜ୍ୟ ସରକାର ମଧ୍ୟ ମାରାତ୍ମକ କରୋନାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ସାଙ୍ଗକୁ ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ହିଂଜିଳିକାଟୁ ନିକଟସ୍ଥ ଶକ୍ତିପୀଠ ମା’ ଶ୍ୟାମଳାଇଙ୍କ ଚୈତ୍ର ପର୍ବ ୨ୟ ମଙ୍ଗଳବାରରେ ମନ୍ଦିର ପରିସର ଖାଁ ଖାଁ ଲାଗୁଥିଲା । ମଙ୍ଗଳବାର ଭୋରରୁ ମନ୍ଦିର ସେବକ ମାନେ ମା’ଙ୍କ ମାର୍ଜଣା, ସୂର୍ଯ୍ୟପୂଜା, ମଇଲମ ଓ ଅନ୍ୟାନ ଦେବୀନୀତି ସମାପନ ପରେ ମା’ଙ୍କୁ ଭୋଗ ଅର୍ପଣ କରାଯିବା ପରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମନ୍ଦିର ଦ୍ୱାର ବନ୍ଦ କରାଯାଇଥିଲା । ଫଳରେ ବହୁ ଦୂରଦୁରାନ୍ତରରୁ ଆସିଥିବା ଭକ୍ତ ମାନେ ନିଜ ନିଜ ମାନସିକଧାରୀ ଶିଶୁଙ୍କ ମୁଣ୍ଡନ କରିବାରୁ ବଂଚିତ ହୋଇଥିଲେ । ମନ୍ଦିର ସମ୍ମୁଖରେ ହିଂଜିଳି ପୋଲିସ ପ୍ରଶାସନ ପକ୍ଷରୁ ଫୋର୍ସ ମୃତୟନ କରାଯିବା ସହ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଓ ପୂଜାର୍ଚ୍ଚନା କରିବାରୁ ବଂଚିତ କରାଯାଇଥିଲା । ଫଳରେ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ପଂଚାୟତ ଅଧିନସ୍ଥ ଶକ୍ତିପୀଠ ମା’ କରେଇଶୁଣୀ ମନ୍ଦିର ପରିସରରେ ମଙ୍ଗଳବାର ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । କିଛି ଭକ୍ତ ନିଜ ନିଜ ମାନସିକଧାରୀ ଶିଶୁଙ୍କ ମୁଣ୍ଡନ କରାଇବା ସହ ମନ୍ଦିର ପରିସରରେ ଭୋଜିଭାତର ଆୟୋଜନ କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲଦାର ଘଟଣା ସ୍ଥଳରେ ପଂହଚି କରୋନା ଭାଇରସର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ସହ ମନ୍ଦିର ପରିସରରୁ ଭକ୍ତଙ୍କ ଭିଡ଼ ହଟାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ