ଛତ୍ରପୁର ଉପଖଣ୍ଡସ୍ତରୀୟ ଅବକାରୀ ବିଭାଗର ସମୀକ୍ଷା ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ମଲ୍ଟି ଡିସିପ୍ଲିନାରୀ ସ୍କାର୍ଡ ଏବଂ ଅବକାରୀ ବିଭାଗର ଏକ ସମୀକ୍ଷା ବୈଠକ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଖଣ୍ଡସ୍ତରରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଅଯଥା ଭିଡ ଜମାଇ ମଦ୍ୟ ପାନ କରୁଥିବା ନଜରକୁ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ, ପୋଲିସ୍ ଓ ତହସିଲ ପକ୍ଷରୁ ଜଏଣ୍ଟ ଭାବେ ଚଢାଉ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଉପଖଣ୍ଡସ୍ତରରେ ଥିବା ସମସ୍ତ ପ୍ରକାର ମଦ ଦୋକାନ ଗୁଡିକରେ ଷ୍ଟକ କୁ କଡାକଡି ଯାଂଚ କରାଯିବା ସହ ଏମଆରପି ଠାରୁ ଅଧିକ ଦରରେ ବିକ୍ରି କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରରେ ଥିବା ଇନସିପେକ୍ଟର ମାନେ ମାସକୁ ୧୦ ଥର ଏହି ଯାଂଚ କରିବା ନିମନ୍ତେ କୁହାଯାଇଥିବା ବେଳେ ସବ -ଇନସିପେକ୍ଟର ମାନେ ୫ ଥର ଲେଖାଁଏ ଏହି ଯାଂଚ ରେ ନିୟୋଜିତ ହେବା ନିମନ୍ତେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଚୋରା ମଦ ଉପରେ ଅଧିକ ଫୋକସ୍ ଦେଇ ବିଭିନ୍ନ ସ୍ଥାନରେ ଚଢାଉ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ଗଞ୍ଜାମ ଅବକାରୀ ବିଭାଗର ଭାରପ୍ରାପ୍ତ ଅତିରିକ୍ତ ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ , ବନ ବିଭାଗ ପକ୍ଷରୁ ଏସିଏଫ , ଛତ୍ରପୁର ଉପଖଣ୍ଡସ୍ତରରେ ଥିବା ତହସିଲଦାର, ଅବକାରୀ ବିଭାଗର କର୍ମଚାରୀ , ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


