ଛତ୍ରପୁର ଠାରେ ମହିଳାଙ୍କ ଦ୍ୱାରା ନାଗ ଚତୁର୍ଥୀ ପୂଜା

ଛତ୍ରପୁର,(ଦେବଦତ୍ତ ମହାରଣା) : କଥାରେ ଅଛି ବିଶ୍ୱାସେ ମିଳଇ ହରି । ଏକଥା ଅନେକ ସମୟରେ ପ୍ରମାଣିତ ହୋଇଥିବା ନଜରକୁ ଆସିଛି । ଇଶ୍ୱରଙ୍କ କୃପା ପାଇବା ପାଇଁ କିଏ କେତେ ବାଟ ଆପଣାଇଥାନ୍ତି । ପ୍ରକୃତ ଇଶ୍ୱରଙ୍କୁ ପାଇବାକୁ ହେଲେ ସଠିକ୍ ମାର୍ଗ କେଉଁଟି ଅନେକଙ୍କ ମନରେ ଏବେବି ପ୍ରଶ୍ନ ଆସୁଥିବ । ଯାହାକୁ ନେଇ ମଣିଷ ଅନେକ କିଛି କରିଥାଏ । ଏବେ ବି ଆଜି ର ଯନ୍ତ୍ର ମଣିଷ ପୂଜାପାଠ ରେ ବିଶ୍ୱାସ କରି ସବୁ କିଛିକୁ ପାସୋରି ଯାଉଛି । ଏମିତି ଏକ ପୂଜା ହେଉଛି ନାଗ ଚତୂର୍ଥୀ ରେ ନାଗ ଦେବତାଙ୍କୁ ପୂଜା କରାଯାଇଥାଏ । ଛତ୍ରପୁରରେ ଥିବା ତେଲୁଗୁ ସଂପ୍ରଦାୟର ମହିଳା ମାନେ ନାଗ ଚତୁର୍ଥୀ ପୂଜା କରିଆସୁଛନ୍ତି । ଶ୍ରଦ୍ଧାଳୁ ମାନେ ଗଛ ମୂଳରେ ନାଗ ବାସ କରୁଥିବା ସ୍ଥାନ ଚିହ୍ନଟ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ । ଗଛ ମୂଳରେ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଏହି ପୂଜା କଲେ ଅନେକ ରୋଗରୁ ଆରୋଗ୍ୟ ଲାଭ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ