ବର୍ଷିୟାନ କମ୍ୟୁନିଷ୍ଟ ନେତାଙ୍କ ଦ୍ୱାଦଶାହ ସ୍ମୃତି ସଭା
ଛତ୍ରପୁର,(ଦେବଦତ୍ତ ମହାରଣା) : ବର୍ଷିୟାନ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ଭୀମ ସୁବୁଦ୍ଧିଙ୍କ ଦ୍ୱାଦଶାହ ସ୍ମୃତି ସଭା ଲଡାବାଉଁଶ ଠାରେ କମ୍ୟୁନିଷ୍ଟ ନେତା ରୁଷି ମଣ୍ଡଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟନେତା ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ , ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ , ସହ-ସମ୍ପାଦକ ଗୁରୁନାଥ ପ୍ରଧାନ, ରାଜୀବ ଲୋଚନ ପଣ୍ଡା, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ଲକ୍ଷ୍ମୀପୁର ସରପଞ୍ଚ ଏମ୍.ନାରସୁମୁଲୁ ରେଡ୍ଡୀ, ଦୁର୍ଯ୍ୟାଧନ ନାହାକ, ପ୍ରଫୁଲ କୁମାର ପାଣିଗ୍ରାହୀ, ପ୍ରଫୁଲ ପାଣ୍ଡା , ସ୍ୱର୍ଗତ ଭୀମ ସୁବୁଦ୍ଧିଙ୍କ ପୁଅ ରାମଚନ୍ଦ୍ର ସୁବୁଦ୍ଧି, ସୈରୀ ସୁବୁଦ୍ଧି ଓ ମଥୁରା ଚରଣ ସୁବୁଦ୍ଧିଙ୍କ ସମେତ ବହୁ ଅନ୍ୟ ଦଳର ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ଭୀମ ସୁବୁଦ୍ଧିଙ୍କ ସ୍ମୃତି ଚାରାଣ କରିଥିଲେ । ପ୍ରାରମ୍ଭ ରେ ସମସ୍ତେ ତାଙ୍କର ସ୍ମୃତି ଶମ୍ଭରେ ପୁଷ୍ପମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ମୃତି ସଭା ପରେ ପୂର୍ବତନ ସରପଞ୍ଚ ଗାଣ୍ଡୁଧର ଗୈାଡ , ସୁରେନ୍ଦ୍ର ସେଠୀ ଓ ପି.ତ୍ରିପତୀ ରାଓଙ୍କ ସମେତ ବହୁ ଜନସାଧାରଣ ତାଙ୍କୁ ସ୍ୱତନ୍ତ୍ର ଭାବେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।


