ଚୌଦ୍ଵାର କାଳୀ ମନ୍ଦିରରୁ ଲକ୍ଷ୍ୟାଧିକ ଟଙ୍କାର ଅଳଙ୍କାର ଚୋରି
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ୱାର ଥର୍ମାଲ ରୋଡ ରେ ଥିବା ଦକ୍ଷିଣ କାଳୀ ମନ୍ଦିରରୁ ଗତକାଲି ମଧ୍ୟରାତ୍ରି ରେ ଚୋରି ହୋଇଯାଇଛି l ସୂଚନା ଅନୁଯାୟୀ ମନ୍ଦିରର ପରିଚାଳନା କମିଟି ର ସଦସ୍ୟ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତିଙ୍କ କହିବା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଲୁଟେରା ମାନେ ମନ୍ଦିରରେ କେହି ରହୁନଥିବା ର ସୁଯୋଗ ନେଇ ମା’ଙ୍କ ପଛପଟ ଗେଟ ରେ ପ୍ରବେଶ କରି ମା’ଙ୍କ ଗମ୍ଭୀରା ଭିତରକୁ ପଶି ମା’ଙ୍କ ସୁନାର ଆଖି, ସୁନାର ବାହୁଟି,ସୁନାର ମଙ୍ଗଳ ସୂତ୍ର ଇତ୍ୟାଦି ଅନେକ ବହୁ ମୂଲ୍ୟବାନ ଜିନିଷ ଲୁଟି ନେଇଯିବା ସହିତ ହୁଣ୍ଡିରେ ଥିବା ନଗଦ ଟଙ୍କା ମଧ୍ୟ ନେଇପଳାଇଥିଲେ l ଶ୍ରୀ ମହାନ୍ତି ସକାଳୁ ମନ୍ଦିର ପାଖରେ ରହୁଥିବା ଲୋକମାନଙ୍କ ଠାରୁ ମନ୍ଦିର ଚୋରି ହୋଇଥିବା ଖବର ପାଇ ତୁରନ୍ତ ଆସି ମନ୍ଦିରରେ ପହଞ୍ଚି ଥିଲେ ଏବଂ ସଙ୍ଗେ ସଙ୍ଗେ ଚୌଦ୍ୱାର ଥାନାକୁ ଖବର ଦେଇଥିଲେ l ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପତି ଖବର ପାଇ ପିସିଆର ପଠାଇବା ସହିତ ନିଜେ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ l ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି ଦେଖି ତୁରନ୍ତ ଏହି ଚୋରିରେ ଲିପ୍ତ ଥିବା ଚୋରମାନକୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l


