ଛତ୍ରପୁର ଠାରେ ମେଗା ଆଇନ ସେବା ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକର ସୁବିଧାରୁ ହିତାଧିକାରୀମାନେ ବଞ୍ଚିତ ରହୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ମେଗା ଶିବିର ମାଧ୍ୟମରେ ହିତାଧିକାରୀଙ୍କ ନିକଟରେ କିଭଳି ସରକାରଙ୍କ ବିଭିନ୍ନ ଯୋଜନା ଲୋକାଭିମୁଖୀ ଏବଂ ଉକ୍ତ ଯୋଜନା ଗୁଡିକର ସୁବିଧା ସୁଯୋଗ ହିତାଧିକାରୀ କିପରି ପାଇପାରିବେ ସେ ନେଇ ପଦକ୍ଷେପ ନିଆଯାଇଛି । ଏହି ସଂକ୍ରାନ୍ତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୭ ତାରିଖରେ ଛତ୍ରପୁର ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଗୁରୁବାର ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଜୟ କୁମାର ଦାଶଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟର ମୁଖ୍ୟମାନେ ଯୋଗଦେଇ ହିତାଧିକାରୀଙ୍କ ନିମନ୍ତେ ବିଭିନ୍ନ ଯୋଜନାର ସହାୟତା ସଂପର୍କିତ ଆଲୋଚନା କରିଥିଲେ । ଅନୁଷ୍ଠିତ ହେବାକୁ ଥିବା ଶିବିରରେ ହିତାଧିକାରୀଙ୍କୁ ଯୋଜନାର ସମସ୍ତ ବିଷୟକୁ ଜଣାଇବା ସହ ଯୋଜନାର କିପରି ଲାଭ ପାଇବେ ତାହା ଉପରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବ୍ରହ୍ମପୁର ସିଭିଲ୍ କୋର୍ଟର ମାଜିଷ୍ଟ୍ରେଟ୍ ଅମିତ୍ କୁମାର ସେଟ୍, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ଡୁଡା ପିଡି ସବ୍ୟସାଚି ହୋତା, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ