ଛତ୍ରପୁର ଠାରେ ମ୍ୟାଜିକ୍ ସୋ ଉଦଘାଟନ

 ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାର ରେଡକ୍ରସ ପାଣ୍ଠି କୁ ସହାୟତା ଏବଂ ଛତ୍ରପୁର  ଜନସାଧାରଣଙ୍କ ମନୋରଂଜନ ପାଇଁ ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ଠାରେ  କୋରାପୁଟ ପ୍ରସିଦ୍ଧ ଯାଦୁଗର ଏସ୍.କୁମାର ମ୍ୟାଜିକ୍ ସୋ  କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି ।   ଉଦଘାଟନୀ ସୋ ରେ ଦର୍ଶକ ମନଖୋଲି ଏହାର ମଜା ନେଇଥିଲେ ।  ଏହି ଅବସରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ମିଳିତ ଭାବେ ରିବନ୍ କାଟି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ  ଏମ୍.ଧନଞ୍ଜୟ ରେଡ୍ଡୀ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଆସିଷ୍ଟାଣ୍ଡ କଲେକ୍ଟର ଶରତକୁମାର ପାତ୍ର ପ୍ରମୁଖ ଉପସ୍ଥିତି ଥିଲେ । ଅତିଥୀ ମାନେ ମଧ୍ୟ କିଛି ସମୟ ମ୍ୟାଜିକ୍ ସୋ  ଦେଖିଥିଲେ ।    ଏହି ମ୍ୟାଜିକ୍ ସୋ   ଆଜି ଠାରୁ ଅଗଷ୍ଟ ୧୮ତାରିଖ ପର୍ଯ୍ୟନ୍ତ ୧୪ଦିନ ବ୍ୟାପି  କଲ୍ୟାଣ ମଣ୍ଡପ ଠାରେ ପ୍ରଦର୍ଶନ ହେବ । ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ୮.୩୦ମିନିଟ୍ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ ହେବ ।  ସୋ ର ଟିକଟ ରୁ ଯାହା ଅର୍ଥ ସଂଗୃହୀତ ସେଥିରୁ ଅର୍ଦ୍ଦେକ ଜିଲ୍ଲା ରେଡକ୍ରସ କୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ଅର୍ଥ ଆୟୋଜନ କାରୀ ପାରିଶ୍ରାମିକ ଭାବେ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ