୩୭୦ଧାରା ଉଚ୍ଛେଦ ପରେ ଭାରତ ମାତା କୀ ଜୟ ଧ୍ୱନିରେ ସହର ପ୍ରକମ୍ପିତ

ହିଂଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍) : ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ଓ ସଂସଦରେ ପ୍ରସ୍ତାବ ଉଠାଇବା ନେଇ ହିଂଜିଳିକାଟୁ ସହରରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ସୋମବାର ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ଯୁବକ ସଂଘ ପକ୍ଷରୁ ଖୁସ ବ୍ୟକ୍ତ କରାଯାଇଛି । ହିଂଜିଳିକାଟୁର ଅଗ୍ରଣୀ ସ୍ୱେଚ୍ଛାସେବୀ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସକଭରୀ ହିଂଜିଳିକାଟୁ ଗ୍ରଉଫ ପକ୍ଷରୁ ସଂଧ୍ୟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହ ଜାତୀୟ ପତକା ଧରି ଶତାଧିକ ଯୁବକ ସହର ପରିକ୍ରମା କରିଥିଲେ । ଭାରତ ମାତା କୀ ଜୟ ଓ ଜୟ ହିନ୍ଦ ଶବ୍ଦରେ ସହର ପ୍ରକମ୍ପିତ ହୋଇଥିଲା । ଶତାଧିକ ଯୁବକ ଏକ ରାଲିରେ ଯୋଗ ଦେଇଥିଲେ । ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଠାଡ଼ିୟମରୁ ଏହି ରାଲି ବାହାରି ବଇଁଚ ବଣିଆ , ଆଙ୍କୋରଡ଼ା, କେଉଟ ସାହି, ରଙ୍ଗଣୀ ସାହି, ରାଜାସାହି ,ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ ଠାରେ ଆତସବାଜି ଫୁଟାଇ ଖୁସି ପ୍ରକାଶ କରିଥିଲେ । ଟୁବକ ମାନେ ଜାତୀୟ ପତାକା ଧରି ସହରରେ ଜାତୀୟତା ନାରା ଓ ମିଠାଇ ବଂଟନ କରିଥିଲେ । ତ୍୍ରିରଙ୍ଗା ଯୁବକ ସଂଘର ସଭାପତି ରଂଜନ କୁମାର ସାହୁ , ଡ଼ିସକଭରୀ ହିଂଜିଳିକାଟୁର ପ୍ରଭୁଦତ ପାତ୍ରଙ୍କ ନେତୃତ୍ୱରେ, ସନ୍ୟାସୀ ପୃଷ୍ଟି, ପ୍ରଭାତ ମହାରଣା,ଶ୍ରୀକାନ୍ତ ପ୍ରଧାନ, ସରୋଜ ପାତ୍ର, କାହ୍ନୁ ପଣ୍ଡା, ଆକାଶ ପଟ୍ଟନାୟକ ,ନୀଳାଂଚଳ ମୁନି, ବାଳକୃଷ୍ଣ ପାତ୍ର, ରାକେଶ ରଥ, ଆକାଶ ବାଡ଼ତ୍ୟା ପ୍ରମୁଖଙ୍କ ସହ ଶତାଧିକ ଯୁବକ ଏଥିରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ