୨୦୧୯ ଆନ୍ତର୍ଜାତୀୟ ନୃତ୍ୟ ମହୋସ୍ରବ ପାଳିତ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ପ୍ରଖ୍ୟାତ ନୃତ୍ୟଗୁରୁ ଅମ୍ରିତା ଦାସ ନୃତ୍ୟବାସ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତୀୟ ମହୋତ୍ସବ ପ୍ରେରଣା ଶ୍ରୀ ନୃତ୍ୟୁ ଉତ୍ସଵ ଅନୁଷ୍ଠିତ ହୋଇଥିଲା । କଲିକତାର ଆଲିପୁରଦ୍ୱାରର ମୁନିସିପାଲିଟି ଅଡିଟେରିଅମ୍ ଠାରେ ମହୋତ୍ସବଅନୁଷ୍ଠିତ ହୋଇଛି । ଏହି ମହୋତ୍ସବର ତୃତୀୟ ଓ ଚତୁର୍ଥ ଦିବସରେ ଗଂଜାମ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ କେଦାର ପାଣିଗ୍ରାହିଙ୍କ ମାଁ ବୁଢୀ ଠାକୁରାଣୀଙ୍କ ଗୀତରେ ଲୋକନୃତ୍ୟ ରଣପା ପରିବେଷଣ ଛତ୍ରପୁରର କଳାକାର ସମୀର କୁମାର ବେହେରା ଓ ଦିବାକର ବିଷୋୟୀ କରି ଭାଇସ ଚାନ୍ସଲର ଛୋଚ୍ବିହାର ୟୁନିଭରସିଟିର ଡା .ଦେବ କୁମାର ମୁଖୋପାଣ୍ଡେ ଏବଂ ତବଲା ଗୁରୁ ପଣ୍ଡିତ ପ୍ରସ୍ନଜିତ ପୋଡାର ଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ। ଏ ଦୁଇ କଳାକାର ଙ୍କୁ ଛତ୍ରପୁର ଜନସାଧାରଣ ମାନଙ୍କ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ