ଛତ୍ରପୁର ଫୋଟଗ୍ରାଫର ମାଲିକ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ସ୍ଥିତ ରାମେଶ୍ୱର ଶୈବ ପିଠ ପରିସରରେ ଛତ୍ରପୁର ଫୋଟ ଗ୍ରାଫର ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଗଞ୍ଜାମ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅଲ ଓଡିଶା ଫୋଟ ଗ୍ରାଫର ଆଶୋସିଏସନ୍ ର ଗଞ୍ଜାମ ଜିଲ୍ଲା ଇନଚାର୍ଜ ମୁନା ରଣା, ଗଞ୍ଜାମ ପ୍ରେସ୍ କ୍ଲବର ସଭାପତି ଶବର କୁମାର ତରାଇ, ଓଡିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଗଞ୍ଜାମ ପ୍ରେସ୍ କ୍ଲବର ଉପଦେଷ୍ଟା ଉମାକାନ୍ତ ବେହେରା, ଛତ୍ରପୁର ଫୋଟଗ୍ରାଫର ମାଲିକ ସଂଘର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ସାମଲ,ଉପସଭାପତି ପି. ଲଳିତ କୁମାର, କୋଷାଧ୍ୟକ୍ଷ ପି. ହରଗୋପାଳ ରାଓ, ଯୁଗ୍ମ ସମ୍ପାଦକ ବିକ୍ରମ ବେହେରା ଓ ସହ କୋଷାଧ୍ୟକ୍ଷ ଗିରିସ ମୋହନ ପାତ୍ର,ଉପଦେଷ୍ଟା ଲୋକନାଥ ମହାରଣା, କାମାକ୍ଷା ପ୍ରସାଦ ପଣ୍ଡା ଓ ପ୍ରଶାନ୍ତ କୁମାର ମହାରଣା ଙ୍କସମେତ ସଂଘ ର ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ଫୋଟଗ୍ରାଫର ମାନଙ୍କ ସମସ୍ତ ସୁବିଧା ନିମନ୍ତେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଗଞ୍ଜାମ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଓ ଅଲ ଓଡିଶା ଫୋଟ ଗ୍ରାଫର ଆଶିସିଏସନ୍ ର ଗଞ୍ଜାମ ଜିଲ୍ଲା ଇନଚାର୍ଜ ମୁନା ରଣାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ଛତ୍ରପୁର ଫୋଟ ଗ୍ରାଫର ଆଶୋସିଏସନ୍ ର ଉପଦେଷ୍ଟା ଲୋକନାଥ ମହାରଣା ଓ କାମାକ୍ଷା ପ୍ରସାଦ ପଣ୍ଡାଙ୍କୁ ମଧ୍ୟ ଫୁଲତୋଡା ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ଫୋଟଗ୍ରାଫର ମାଲିକ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା ସଂଯୋଜନା କରିଥିବା ବେଳେ ଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସର ସଂଘ ସଭାପତି ଶ୍ରୀ ସାହୁ, ସିନିୟର ସଭ୍ୟ ଅଶୋକ କୁମାର ରଥ ଅନ୍ୟାନ୍ୟ କର୍ମକର୍ତା ମାନେ ସଂଘ ବିକାଶ ନିମନ୍ତେ ବିଭିନ୍ନ ମତ ଦେଇଥିଲେ


