ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ପ୍ରଦାନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଂଚାୟତ ଭଟଣା ଗ୍ରାମର ମୋନାଲିସା ବହିରାଙ୍କୁ ବୁଧବାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମାରେ ସହାୟତା ରାଶି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ମୋନାଲିସାଙ୍କ ସ୍ୱାମୀ ମାନସ କୁମାର ବହିରା ଗତ ମେ ୨୦୨୨ରେ ନାଉଗାଁ ଏସବିଆଇ କିଓସ୍କ ଅନିଲ ଲେଙ୍କାଙ୍କ ନିକଟରେ ୪୩୬ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା କରିଥିଲେ । ମାନସଙ୍କର ଗତ ୧୫ ସେପ୍ଟେମ୍ବର ୨୦୨୨ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବୀମା ରାଶି ପାଇବା ପାଇଁ ତାଙ୍କ ପତ୍ନୀ ମୋନାଲିସା ଆବେଦନ କରିଥିଲେ । ଏସବିଆଇ ତରଫରୁ ନାଉଗାଁ ବ୍ୟାଙ୍କ ଶାଖା ପରିଚାଳକ ଜି. ଅଗ୍ନିବେଶ ମଲ୍ଲିକାର୍ଜୁନ, ଏସବିଆଇ ଲାଇଫ ଏରିଆ ମ୍ୟାନେଜର ରଂଜନ କର, ଶାଖାର କର୍ମଚାରୀ ଇତିଶ୍ରୀ ସ୍ୱାଇଁ, ପ୍ରଭାତ କୁମାର ସେଠୀ, ଏସବିଆଇ କିଓସ୍କ ଅଜୟ ଦାସ, ସୁରେଶ ମୁଦୁଲିଙ୍କ ଉପସ୍ଥିତରେ ମୋନାଲିସାଙ୍କୁ ୨ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ