ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଅଭିଯାନ

ଛତ୍ରପୁର : ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ତରଫରୁ ଓଡ଼ିଶାର ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କନ୍ୟାମାନଙ୍କୁ ସଶକ୍ତି ଓ ଭୟମୁକ୍ତ କରିବା ଲକ୍ଷ୍ୟରେ ଆତ୍ମ ସୁରକ୍ଷା କୌଶଳ ପ୍ରଦାନ କରାଯାଉଛି । ଏହି ଉଦ୍ଦେଶ୍ୟରେ ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ଦିନିଆ ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ୨୬.୧୧.୨୦୧୯ରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଆଜି ଗଂଜାମ ଜିଲ୍ଲା ସଂଯୋଜକ ଅଧ୍ୟାପକ ଅମୃତ କୁମାର ସେଠୀ ବିଦ୍ୟାଳୟରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଓ ତାଙ୍କ ଅଭିଭାଷଣରେ ଏହି ଅଭିଯାନ ଗଂଜାମ ଜିଲ୍ଲାରେ ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଛନ୍ତି । ଯୁକ୍ତ ଦୁଇର ସମସ୍ତ ଛାତ୍ରୀ ଏହି ଆତ୍ମସୁରକ୍ଷା ଅଭିଯାନ ଜରିଆରେ ତାଲିମ୍ ନେଉଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ, ଅଧ୍ୟାପିକା ମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି । ବିଦ୍ୟାଳୟର ଗ୍ରନ୍ଥାଗାରିକ କେ. ଡି. ରାଓ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ