ନିଆଁଲାଗି ରୋଷେୟା ଗୁରୁତର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବାଙ୍ଗୋର ପଢ଼ିଆରିପଲ୍ଲୀ ହାଇସ୍କୁଲରେ ଘଟିଯାଇଛି ଏକ ଅଘଟଣ । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିବେଳେ ରୋଷେୟା ପୋଡିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାୟୀ ବିପି ହାଇସ୍କୁଲରେ ବାଙ୍ଗେର ଗ୍ରାମର ଲୀଳାବତୀ ପୃଷ୍ଟି ନାମକ ଜଣେ ମହିଳା ପାଚିକା ଭାବେ କାର୍ଯ୍ୟ କରନ୍ତି । ସେ ଆଜି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରୁଥିବା ସମୟରେ ଅସାବଧାନତା ବସତଃ ତାଙ୍କ ପିନ୍ଧା ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଖମାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ହାତ ମଧ୍ୟ ଜଳିଯାଇଥିଲା । ତାଙ୍କୁ ଉଦ୍ଧାର କରାଯିବାପରେ ଶିକ୍ଷକମାନେ ତୁରନ୍ତ ଉଦ୍ଧାର କରି ପ୍ରଥମେ ଆଗରପଡା ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲକୁ ପଠାଯାଇଛି ।


