ଛତ୍ରପୁର ରେ ଉଗାଦି ପର୍ବ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ତେଲୁଗୁ କଲଚର ସୋସାଇଟି ପକ୍ଷରୁ ଉଗାଦି -୨୦୨୪ ପର୍ବ ପାଳନ କରାଯାଇଛି l ଛତ୍ରପୁର ସହରର ବହୁ ତେଲୁଗୁ ସମ୍ପ୍ରଦାୟର ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଏହି ପର୍ବକୁ ଧୂମଧାମ ରେ ପାଳନ କରିଛନ୍ତି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଟଣୀ ର ବେଦ ପଣ୍ଡିତ ଆର. ଧନଞ୍ଜୟା ଆଚାରୀଲୁ, ସମ୍ମାନିତ ଅତିଥି ଭାବେ ତେଲୁଗୁ କଲଚର ଆସୋସିଏସନ ର ଉପ ସଭାପତି ଡି. ରାମରାଓ, ସଦସ୍ୟ ବି . ରମଣି ଓ ମହିଳା ସଂଘ ର ପୂର୍ବତନ ସଭାନେତ୍ରୀ ଆର ସୁମତୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ କହିଥିଲେ, ଏହି ଅବସର ରେ ସାନଆର୍ଯ୍ୟପଲ୍ଲୀ ର ଜି ପାପାଆମ୍ମା ଓ ନୋଳିଆନୂଆଗାଁ ରଡି. ତାମେୟାଙ୍କୁ ସମ୍ମାନିତ କରିଥିଲେ l ଶେଷରେ କୁନି କୁନି ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ତଥା ଆଇନଜୀବି ବି. ଶ୍ରୀନିବାସ ପରିଚାଳନା କରିଥିଲେ l ନୂଆ ପାଞ୍ଜି ପଣ୍ଡିତ ଜେ. ହରିଗୋପାଳ ଶାସ୍ତ୍ରୀ ପଠନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ