ଛତ୍ରପୁର ସିଭିଲ କୋର୍ଟ ପରିସରରେ ଇ -ସେବା କେନ୍ଦ୍ର ଉଦଘାଟିତ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆଜି ଇ -ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଭିଡିଓ କନଫେରେନ୍ସି ମାଧ୍ୟମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍ ଏସ୍ ମୁରଲିଧର ଉଦଘାଟନ କରିଛନ୍ତି । ଏହି ଅବସରରେ ଛତ୍ରପୁର କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ରାଜା ରଂଜନ ପାଢି, ଏସଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହୀ, ଜେଏମଏଫସି ପ୍ରଜ୍ଞା ପାରମିତା ସ୍ୱାଇଁ, ସିନିୟର ସିଭିଲ ଜର୍ଜ ମାନସ ରଞ୍ଜନ ରାୟ ଓ ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ । । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ଡମିନାଥ ସାହୁ ଓ ସୌରୀ ପ୍ରସାଦ ବେହେରା, ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରା, ଆଇନଜୀବି ସନ୍ତୋଷ କୁମାର ପଶୁପାଳକ ଓ ନରସିଂହ ପାଢୀଙ୍କସମେତ ବହୁ ଆଇନଜିବୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ