ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରମ୍ଭା ଏନଏସି ର ବ୍ରଜମୋହନପୁର ସାହିବାସିନ୍ଦା

ଛତ୍ରପୁର (ଦେବଦତ୍ତ ମହାରଣା): ଘର ପଟ୍ଟା ଯୋଗାଇ ଦେବା ଦାବି ନେଇ ରମ୍ଭା ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡର ବ୍ରଜମୋହନପୁର ସାହିର ସାହି ବାସିନ୍ଦା ମାନେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଉକ୍ତ ଯାଗାରେ ପ୍ରାୟ ୮୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ହେଲା ଘର କରି ରହିଆସିବା ସହିତ ଏନଏସି କୁ ଘର ଟିକସ ରିତିମତ ଦେଇ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଗୃହ ପଟ୍ଟା ଯୋଗାଇ ଦିଆଯାଇନାହିଁ । ଫଳରେ ଆବାସ ଗୃହ, ଗୃହ ଋଣ, ବିଭିନ୍ନ ପ୍ରକାର ଜାତିଗତ ବାସ ସ୍ଥାନ ପ୍ରମାଣ ପତ୍ର ଇତ୍ୟାଦି ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ ଯୋଜନାର ସୁବିଧା ସେମାନେ ଓ ସେମାନଙ୍କ ପିଲାମାନେ ପାଇ ପାରୁନାହାନ୍ତି । ଏଣୁ ସେମାନେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ କାମିନୀ ସାହୁ, ଆଦି ପ୍ରଧାନ, ସେବପ୍ରଭୁ ଦାସ, ଶଶି ଗୌଡ, କୃଷ୍ଣ ପ୍ରିୟା ପଟ୍ଟନାୟକ, ସବିତା ଗୌଡ, ସୁମିତ୍ରା ଗୌଡ, ମାଗି ଗୌଡ, କମା ଗୌଡ, ସୁଷମା ଗୌଡ, ରାଜଶ୍ରୀ ଗୌଡ, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ