ଛାତ୍ରଛାତ୍ରୀଙ୍କ ଅଭିନଵ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହକୁମା ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ଶିକ୍ଷୟତ୍ରୀଙ୍କ ପାଇଁ ଏକ ଅଭିନଵ ଢଙ୍ଗରେ ଦାବି ଜଣାଇଥିବା ଲକ୍ଷ୍ୟ କରାଯାଇଛି. ଛାତ୍ରଛାତ୍ରୀମାନେ ବିଦ୍ୟାଳୟର କାନ୍ଥରେ ଲେଖିଛନ୍ତିଯେ,ମୁଖ୍ୟ ଫାଟକର ପାର୍ଶ୍ୱରେ ଥିବା କାନ୍ଥରେ ଲେଖା ଯାଇଛି. ଛାଡିବୁ ନାହିଁ ସୁମିତ୍ରା ଦିଦିଙ୍କୁ ଆମର ଦାବି ପୂରଣ କର l କିନ୍ତୁ କିଏ ଏହି ଲେଖାକୁ ଲେଖିଛନ୍ତି ତାହା ସ୍ଵଷ୍ଟ ହୋଇନାହିଁ। ଏହି ଅକ୍ଷରକୁ ଦେଖିଲେ ଛୋଟ ପିଲା ଲେଖିଲା ଭଲି ଲାଗୁଚି I ଖବର୍ ନେବା ବେଳେ ଉକ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଲେଖିଥିବା ଜଣାପଡ଼ଛି I ପିଲାଙ୍କ ଏଭଲି ଲେଖାକୁ ନେଇ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି l ଆଗାମି ଦିନରେ ପିଲାଙ୍କ ଉପରେ ମାନସିକ ଚାପ ପଡ଼ିବନିତ ? ବୁଦ୍ଧିଜୀବି ମହଲରେ ପିଲାଙ୍କ ଉପରେ ପ୍ରତିକ୍ରିୟା ଭାବ ସୃଷ୍ଟି ହୋଇଛି l ଏହା ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି l ତେଣୁ ପ୍ରଶାସନ ଓ ଶିକ୍ଷା ବିଭାଗ ଏହା ଉପରେ ନଜର ରଖି ପରବର୍ତ୍ତୀ ପଦେକ୍ଷପ ଗ୍ରହଣ କରିବାକୁ ଦାବୀ ହେଉଛି Iପ୍ରକାଶ ଯେ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ତିନି ଜଣ ଅଭିଭାବକ ଏହାକୁ ବିରୋଧ କରି ମାଡ ମାରିଥିବା ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ l ଗୁରୁବାର ଛାତ୍ରଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଯୋଗ ହୋଇଥିବା ବେଳେ ବ୍ଲକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଅଭିଯୋଗ କରିଥିବା ତିନି ଜଣ ଅଭିଭାବକ ଉପସ୍ଥିତରେ ଆଲୋଚନା ଶୁକ୍ରବାର ପର୍ଯ୍ୟାଲୋଚନା କରାଯାଇଥିଲା l ଉକ୍ତ ଶିକ୍ଷୟତ୍ରୀ ମାଡ଼ ମାରିଥିବା କଥାକୁ ସ୍ୱୀକାର କରିବା ସହ ତିନି ଜଣ ଅଭିଭାବକଙ୍କୁ କ୍ଷମା ମାଗିବା ସତ୍ତ୍ଵେ ତାଙ୍କୁ ବଦଳି କାରବାକୁ ଦାବି କରିଥିଲେ କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିବାକୁ ନିର୍ଦେଶ ଦେଇଥିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଚାରି ଆଡ଼େ ଚର୍ଚା ର ବିଷୟ ପାଲଟିଛି l ଅପର ପକ୍ଷେ ଛାତ୍ରଛାତ୍ରୀ ମାନେ ଶନିବାର ଦିଦି ଙ୍କ ଜନ୍ମ ଦିନ ପାଳିଥିଲେ I ଶୁକ୍ରବାର ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୁଃଖ ପ୍ରକାଶ କରିବା ସହିତ ଭାବବିହୁଳ ହୋଇଯାଇଥିଲେ l ଏହି ଖବର ପ୍ରଚାରିତ ହେବା ପରେ ଶିକ୍ଷକ ମହଲ, ବୁଦ୍ଧିଜିବୀ, ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳ ବାସୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି lଉକ୍ତ ଘଟଣାକୁ ଠିକ୍ ଭାବେ ବିଚାର କରି ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ଉପରେ ପଦେକ୍ଷପ ନିଆଯାଇଛି ନା ଜିଲ୍ଲା ଶିକ୍ଷାଅଧିକାରୀ କାହା ଚାପରେ ଚେପା ହୋଇ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା କୁ ଶିକ୍ଷା ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l ଘଟଣାଟି ଯାହା ହେଉନା କାହିଁକି ବିଦ୍ୟାଳୟର କାନ୍ଥରେ ଏଭଳି ଲେଖାକୁ ନେଇ ସାଧାରଣରେ ଚର୍ଚ୍ଚା ସରଗରମ ହୋଇଛି


