ଭବିଷ୍ୟତ ପାଇଁ; ଗଛ ଗୋଟିକୁ ପିଲା ଗୋଟିଏ

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ସବୁଜ ସଂକଳ୍ପ । ପିଲା ଗୋଟିକୁ, ଗଛ ଗୋଟିଏ । ‘ଭବିଷ୍ୟତ ପାଇଁ ଗଛଟିଏ’ ଏ ମନ୍ତ୍ରକୁ ଆପଣାଇ ସ୍ମାର୍ଟନଗରୀ ଭୁବନେଶ୍ୱର ନିକଟସ୍ଥ ଛତାବର ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିନ୍ଧ୍ୟଗିରି ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଅଗ୍ରଣୀ ସ।।ମଜିକ ସଂଗଠନ ମାଇଣ୍ଡ୍ ଏମ୍‌ପାୱାରମେଣ୍ଟ୍ ଫାଉଣ୍ଡେସନ୍ ପକ୍ଷରୁ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଶ୍ୱବାସୀଙ୍କ ମୁଣ୍ଡ ଉପରୁ ଜଳବାୟୁର ଜ୍ୱାଳା ହ୍ରାସ ଓ ସାମୁଦ୍ରିକ ଝଡ଼ ଫନି ମାଡ଼ରେ ଉଜୁଡ଼ି ଯାଇଥିବା ନିକଟସ୍ଥ ଚନ୍ଦକା ଜଙ୍ଗଲକୁ ସବୁଜିମା ପାଇଁ ବିଦ୍ୟାର୍ଥୀମାନେ ଏହି ଅବସରରେ ସଂକଳ୍ପ ନେଇଥିଲେ । ସୂଚନାଯୋଗ୍ୟ, ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପଣସଚାରାକୁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଗୋଟିଏ ଲେଖାଏଁ ନିଜ ବାଡ଼ି କିମ୍ବା ନିକଟସ୍ଥ ଚନ୍ଦକା ଜଙ୍ଗଲରେ ଲଗାଇବା ପାଇଁ
ଫାଉଣ୍ଡେସନ୍ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ମନୋଜ କୁମାର ପ୍ରଧାନ, ବିନ୍ଧ୍ୟଗିରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାରଣା, ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କନ୍ଦଳେଇର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷୟିତ୍ରୀ ମିତା ଭୋଇ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷର ଉପକାରିତା ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ