ଛାତ୍ର ଛାତ୍ରୀ ଙ୍କ ଆଧାର ସଂଶୋଧନ ପାଇଁ ଅର୍ଥ କାରବାର

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଙ୍କ ନୂତନ ଶିକ୍ଷା ନିୟମ ରେ ନୂଆ ନିୟମ ଲାଗୁହେlଇଛି ଆଧାର ଆଇଡି l ଯେଉଁଥିରେ ଛାତ୍ର ଛାତ୍ରୀ ନିଜର ଆଧାର କାର୍ଡ ପ୍ରଦାନ କରି ବିଦ୍ୟାଳୟରେ ନିଜ ନାମ ପଞ୍ଜିକୃତ କରିବାଦ୍ୱାରା କେନ୍ଦ୍ର ସରକାର ଙ୍କ ଦ୍ୱାରା ଛାତ୍ର ଛାତ୍ରୀ ଙ୍କୁ ନିଜ ବିଦ୍ୟାଳୟ ଦ୍ୱାରା ପରିଚୟ ପତ୍ର ପ୍ରଦାନ କରାଯିବ l ଏଥିସହ ସରକାରୀ ଯୋଜନା ଦ୍ୱାରା ଆସୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କ ଖର୍ଚ୍ଚ ପାଇଁ ଆସୁଥିବା ଟଙ୍କା ପିଲା ଙ୍କ ଖାତା କୁ ସିଧାସଳଖ ଯିବ l ହେଲେ ଅନେକ ପିଲା ଙ୍କ ଆଧାର କାର୍ଡ ଗୁଡିକ ସଂଶୋଧନ ହୋଇ ନଥିବାରୁ ଆଧାର ଆଇଡି ରେ ଆପ ଲୋଡ଼ ହେଇପାରୁନି l ମୋହନା ବ୍ଲକ ର କର୍ଚ୍ଚବାଡ଼ି ପଂଚାୟତ ର ପରମଙ୍ଗା ବିଦ୍ୟାଳୟ ରେ ଅଧୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ଆଧାର କାର୍ଡ ଭୁଲ ଥିବାରୁ ସଂଶୋଧନ ପାଇଁ ଅଭିଭାବକ ମାନେ ପ୍ରତେକ ଦୀନ ମୋହନା ଆସି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜନ ସେବା କେନ୍ଦ୍ର ଆଗରେ ଧାଡିରେ ଛିଡା ହେଲେ ମଧ୍ୟ୍ୟ ହେlଇପାରୁନି l ଯାହାକୁ ନେଇ ଅଭିଭାବକ ମାନେ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ଙ୍କୁ ଜଣାଇଥିଲେ l ଏହାର ସମାଧାନ ପାଇଁ ଶିକ୍ଷା ଅଧିକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଜିଲ୍ଲା ପ୍ରଶାସନ ଦ୍ୱାରା ଉକ୍ତ ପଂଚାୟତ ପାଇଁ ଦିନିକିଆ ମାଗଣା ଆଧାର ସଂଶୋଧନ କ୍ୟାମ୍ପ କରିବା ପାଇଁ ମୋହନା ରେ ଥିବା ସି ଏସ ସି ଜନସେବା କେନ୍ଦ୍ର ଏମ ଏ ସି ଇ ଯାହାର ମୂଖ୍ୟ ତାପସ କୁମାର ସାହୁ ଙ୍କୁ ନିର୍ଦେଶ ଦିଆଯlଇଥିଲା l କର୍ଚ୍ଚବାଡ଼ି ଗ୍ରାମ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଡିସେମ୍ବର ମାସ 28ତାରିଖ ରେ କରିବା ପାଇଁ l କିନ୍ତୁ ସେହି ତାରିଖରେ କେମ୍ପ ହେlଇପାରିନଥିଲା l ପରବର୍ତୀ ସମୟ ଜାନୁଆରୀ ମାସ 4ତାରିଖରେ କରାଯଇଥିଲା l ପରମଙ୍ଗା ଗ୍ରାମ ର ବହୁ ଛାତ୍ର ଛାତ୍ରୀ ଙ୍କୁ ନେଇ ଅଭିଭାବକ ମାନେ ଆସିଥିଲେ l ସେଠାରେ ଜନସେବା କେନ୍ଦ୍ର ର ତାପସ କୁମାର ସାହୁ ସିଦ୍ଧା ସଳଖ ପାଟି କରି କହିଥିଲେ ଯେଉଁ ମାନେ ୨୦୦ ଟଙ୍କା ଆଣିଛ ସେମାନେ ରୁହନ୍ତୁ ତାଙ୍କର ହେବ l ଯିଏ ପଇସା ଆଣିନି ଚାଲିଯାନ୍ତୁ କହିଥିଲେ l ପରେ ଦୁଇଶ ଟଙ୍କା ଲେଖାଏଁ ପ୍ରଧାନ ଶିକ୍ଷକ ପ୍ରଦୀପ ମିଶ୍ର ଲୋକ ଙ୍କ ଠାରୁ ଆଦାୟ କରିଥିଲେ l ପଇସା ନଥିବାରୁ ୪୦ ପ୍ରତିଶତ ପିଲା ଙ୍କୁ ନେଇ ଚାଲିଯାଇଥିଲେ ବାପା ମା l ବହୁ ନିବେଦେନ କରିଥିଲେ ଲୋକେ l କିନ୍ତୁ ତାପସ କୁମାର ସାହୁ ଓ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର କୋଣସି କଥା ଶୁଣି ନଥିଲେ l ଶେଷ ରେ ଗତ ସୋମବାର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଦ୍ୱାରସ୍ତ ହେlଇ ଆଦିବାସୀ ପରିବାର ମାନେ ଲିଖିତ ଜଣାଇ କହିଛନ୍ତି ତାପସ ସାହୁ ଙ୍କ ଜନସେବା କେନ୍ଦ୍ର ବନ୍ଦ କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନ ଶିକ୍ଷକ ଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି l ନଚେତ ଆଗାମୀ ଦୀନରେ ରାସ୍ତା ରୋକ କରାଯିବ ବୋଲି କହିଛନ୍ତି ଅଂଚଳବାସି ଓ ଅଭିଵାବକ l ଏନେଇ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରକାଶ ଥାଉକି ଉକ୍ତ ଜନସେବା କେନ୍ଦ୍ର ନାମ ରେ ପୂର୍ବରୁ ମଧ୍ୟ୍ୟ ଅଭିଯୋଗ ହେଇଥିଲା ଅର୍ଥ କରବାର ନେଇ ସୁଭଦ୍ରା ଯୋଜନା ଆବେଦନ ସମୟ ରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଇନି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ