ଜଗନ୍ନାଥ ମନ୍ଦିରରେ ପ୍ରବଚନ
ବ୍ରହ୍ମପୁର,(ଯୁଗାଦ୍ଦନ୍ୟୁଜ)- ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ବିଜିପୁର ଜଗନ୍ନାଥ ମନ୍ଦିର ପରିସରରେ ସଂଧ୍ୟାଆଳତି ଓ ମାରୁତି ସତ୍ସଙ୍ଗ ଭକ୍ତ ମାନଙ୍କ ଦ୍ୱାରା କିର୍ତ୍ତନ ପରେ ବକ୍ତା ଶ୍ରୀମାନ୍ ରଙ୍କନିଧି ସାହୁ ଶ୍ରୀରାମ ଚରିତମାନଓ ଉତ୍ତରା କାଣ୍ଡ ବିଶଦ ଭାବେ ବର୍ଣ୍ଣନା କରିଥିଲେ । କହିଥିଲେ ଏହି କଳୀଯୁଗରେ ମଣିଷ ତିନି ଚାପରେ, ଦୈହିକ,ଜୈବିକ,ଓ ଭୌଗୋଳିକ ପ୍ରସିତ ହୋଇକଷ୍ଟ ଅନୁଭବ କରନ୍ତି । ଏହି ତିନିଚାପରେ ଯଦି ମୁକ୍ତ ଚାହୁଁଛନ୍ତି ତେବେ ଭଗବତ ଆଗ୍ରହ କରି ପ୍ରଭୁଙ୍କ ପାଖରେ ସର୍ମପଣ ହେଲେ ପାଇବେ ବେଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର,ଉମାଶଙ୍କର ଦାସ,ପ୍ରମୋଦ ଦାସ,ମାଧବ ଜେନା, ବାପି ସାହୁ ଙ୍କ ସହ ବହୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।