ଜଙ୍ଗଲରେ ନିଆଁ ଲଗାଇବା ବେଳେ କାବୁ କଲା ବନ ବିଭାଗ : ୫ ଗିରଫ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ଶିମିଳିପାଳ ଅଭୟାରଣ୍ୟ ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ଧରିଲା ବନବିଭାଗ। ଆଜି ତାଳବନ୍ଧ ରେଞ୍ଜର ୬ଟି ଏବଂ ଚହଲା ରେଞ୍ଜର ଗୋଟିଏ ପଏଣ୍ଟରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ବନଭିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି । ଏନେଇ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ଏସି.ଏଫ.ପ୍ରଦୀପ ଦେ ସୂଚନା ଦେଇଛନ୍ତି । ବନ୍ୟପ୍ରାଣୀଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯାହାଫଳରେ ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି ଏବଂ ଶିକାରୀଙ୍କ ହାବୁଡ଼ରେ ପଡ଼ି ସେମାନଙ୍କର ପ୍ରାଣ ଯାଉଛି। ଏତଦ୍ ବ୍ୟତୀତ ଜଙ୍ଗଲରେ ନିଆଁ ଲଗାଇବା ଦ୍ଵାରା ବିଭିନ୍ନ ମୂଲ୍ୟବାନ୍ ଗଛଲତା ଓ ଔଷଧୀୟ ଗୁଳ୍ମ ନଷ୍ଟ ହୋଇଯାଉଛି ଉଲ୍ଲେଖ ଯୋଗ୍ୟ ଯେ ଗତବର୍ଷ ଶିମିଳିପାଳ ଅଭୟାରଣ୍ୟ ର ବିଭିନ୍ନ ସ୍ଥାନରେ ନିଆଁ ଲାଗି ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ନିଆଁ କୁ ଆୟତ୍ତ କରିବାପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ସହିତ ବିଭିନ୍ନ ସ୍ବେଛାସେବୀ ନିୟୋଜିତ ହୋଇଥିଲେ। ତେବେ ଚଳିତ ବର୍ଷ ଜଙ୍ଗଲକୁ ନିଆଁ ଦାଓ ରୁ ରକ୍ଷା ଓ ନିଆଁ କୁ ଆୟତ୍ତ କରିବା ପାଇଁ ବନ ବିଭାଗ ତରଫରୁ ବିଭିନ୍ନ ସମୟରେ ୬00 ଟି ସଚେତନତା ରାଲି ଏବଂ ୬0 ଟି ସ୍ଥାନରେ ମିଳିତ ମକଡ୍ରିଲ କରିଥିଲେ ସେହିପରି ଶିମିଳିପାଳ ଅଭୟାରଣ୍ୟ ରେ ନିଆଁ ଲିଭା କାର୍ଯ୍ୟ ପାଇଁ ୭00 ଅସ୍ଥାୟୀ ବନ କର୍ମଚାରୀ ନିୟୋଜିତ ଥିବାବେଳେ ୫00 ଟି ନିଆଁ ଲିଭା ମେସିନ ମହଜୁଦ ରଖିଛି ବନ ବିଭାଗ ଅଭୟାରଣ୍ୟ ମଧ୍ୟରେ ଜଙ୍ଗଲ ନିଆଁ କୁ ଆୟତ୍ତ କରିବା ପାଇଁ ବନବିଭାଗ ଫାୟାର ଲାଇନ କାଟି ଜଙ୍ଗଲ ସୁରକ୍ଷା କରୁଥିବା ବେଳେ ମନୁଷ୍ୟ କୃତ ନିଆଁ କୁ ଆୟତ୍ତ କରିପାରୁନି ବନବିଭାଗ ଫଳରେ ବିଭିନ୍ନ ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଉଛି ।


