ସମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅବିସ୍ମରଣୀୟ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ସମସ୍ତ ପ୍ରକାର ଅନ୍ୟାୟ ଶୋଷଣ ବ୍ୟବସ୍ଥାର ବିଲୋପ ସହ ଦୁର୍ଦ୍ଦଶ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରି ଫାଶୀ ପାଇଥିବା ଅବିସ୍ମରଣୀୟ ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ସହୀଦ୍ ତିଥି ଅବସରରେ ଆଜି ବ୍ରହ୍ମପୁର ଟାଟାବେଞ୍ଜ ଛକ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ପୌର ଉଚ୍ଚ ବିଦ୍ୟାଳୟ ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହରର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ଗଣସଂଗଠନ ତଥା ବ୍ୟକ୍ତିବିଶେଷ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି l ପରାଧୀନ ଭାରତରେ ଗରିବ କୃଷକ, କ୍ଷେତମଜଦୂର, ଆଦିବାସୀ ଓ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ଓ ଶୋଷଣର କୌଣସି ସୀମା ନଥିଲା l ତଥାପି ସମସ୍ତ କଷ୍ଟ, ବାଧାବିଘ୍ନ କୁ ଖାତିର ନକରି ଲକ୍ଷ୍ମଣ ନାୟକ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନାଉପୁରି ଟ୍ରେନିଂ ସେଣ୍ଟରରେ ପାଠ ପଢା ଶିଖିଲେ ଓ ଶିକ୍ଷାନୁଷ୍ଠାନ ଖୋଲି ଆଦିବାସୀମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର କଲେ l ସ୍ବେଛା ଶ୍ରମ ଲଗାଇ ରାସ୍ତା ନିର୍ମାଣ କଲେ l ସ୍କୁଲ ଗଢିଲେ l ମଦ ବିରୋଧରେ ଆନ୍ଦୋଳନ ଗଢି ତୋଳିଲେ l ଆଦିବାସୀ ମାନଙ୍କ ମଧ୍ୟରେ ସଂସ୍କାର ଆଣିବାରୁ ତାଙ୍କୁ କୋରାପୁଟର ଗାନ୍ଧୀ ବୋଲି ଲୋକମାନେ ସମ୍ବୋଧନ କରୁଥିଲେ l ଜଣେ ସଚ୍ଚା କର୍ମୀ ଭାବେ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଲେ l ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସାହସ୍ରାଧିକ ନରନାରୀ ଯୁବକଯୁବତୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ l ଏଣୁ ଷଡଯନ୍ତ୍ର କରି ବ୍ରିଟିଶ ସରକାର ଲକ୍ଷ୍ମଣ ନାୟକଙ୍କୁ ମିଥ୍ୟା ହତ୍ୟା ମକଦ୍ଦମା ରେ ଜଡିତ କରି ଗିରିଫ କଲା ଓ କୋରାପୁଟ ଅlଡିସନାଲ ସେସନ୍ସ ଜର୍ଜ ବିଚାରର ଡ୍ରାମା କରି ଲକ୍ଷ୍ମଣ ନାୟକଙ୍କୁ ଫାଶୀଦଣ୍ଡ ଆଦେଶ ଦେଲେ l 1943ମସିହା ମାର୍ଚ୍ଚ 29 ତାରିଖ ଦିନ ଫାଶୀ ଖୁଣ୍ଟରେ ଝୁଲାଇ ଲକ୍ଷ୍ମଣ ନାୟକଙ୍କୁ ହତ୍ୟା କଲା l କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ମଧ୍ୟ ଭାରତବର୍ଷରେ ଜାତି ବ୍ୟବସ୍ଥା ଏକ ଉତ୍କଟ ଅମାନବୀୟ ସମସ୍ୟା ଭାବେ ତିଷ୍ଠି ରହିଛି,ମଦର ପ୍ରଚାର ପ୍ରସାର କରାଯାଇ ଲୋକଙ୍କୁ ଆର୍ଥିକଲୁଟ କରିବା ସହ ସେମାନଙ୍କ ଜୀବନ ଜୀବିକାକୁ ହତ୍ୟା କରାଯାଉଛି l ସମାଜରେ ଶାନ୍ତି ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରାଯାଉଛି l ଟଙ୍କା ସର୍ବସ୍ବ ପୁଞ୍ଜିବାଦ ବ୍ୟବସ୍ଥା ନିଜର ସମ୍ରାଜ୍ୟବାଦୀ ଚରିତ୍ର ଦେଖାଇସାରିଛି l ଦରଦାମ ବୃଦ୍ଧି, ବେରୋଜଗାର, ରାଷ୍ଟ୍ରୀୟ ସମ୍ପତ୍ତିକୁ ବିକ୍ରି ଆଦି ଜନ ବିରୋଧୀ ବ୍ୟବସ୍ଥା ବିରୁଦ୍ଧରେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମର ନିହାତି ପ୍ରୟୋଜନ ରହିଛି ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ଆଜିର ଏହି ସ୍ମୃତି ସଭାରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ସୁଧୀର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଏସ. କେଶବ ଲିଙ୍ଗମ,ସଂଗୀତ କଳା ନିକେତନ ର ନିର୍ଧେଶକ ଶଙ୍କର୍ଷଣ ପାତ୍ର, ମହାତ୍ମା ହେଲପିଙ୍ଗ କ୍ଲବ ର ଏମ. ଭେଙ୍କେଟରାମଣା, ଅଭିନୟ ଜଗତ ର ରବୀନ୍ଦ୍ର କୁମାର ନାୟକ,ସଂଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର,ସେବା ନିବୃତ ଶିକ୍ଷକ ଓ କର୍ମଚାରୀ ସଂଘ ର ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ସୁବାଷ ଚନ୍ଦ୍ର ମିଶ୍ର, ଡ଼. ଡମ୍ବୁରୁଧର ସାହୁ, ଭାଗବତ ଚାରିଟେବଲ ଟ୍ରଷ୍ଟ ର ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବୀ ବିରେନ କୁମାର ବେହେରା, କବିରାଜ ସାହୁ, ଜନ ଜାଗରଣ ମଞ୍ଚ ର ପି. ନାଗେଶ୍ୱର ରାଓ, ଗଗନ ଚନ୍ଦ୍ର ମଲ୍ଲିକ,ମାୟାଧର ବିଷୋୟୀ, ରମେଶ ପ୍ରସାଦ ଦାଶ,ନାସ୍ତିକ ଆନ୍ଦୋଳନର ଶିବରାମ,ସମାଜସେବୀ ଅଞ୍ଜଳି ମହାନ୍ତି,ମଦ ବିରୋଧୀ ଅଭିଯାନର ହୃଷିକେଶ ପାତ୍ର, ମାନବବାଦୀ ହେତୁବାଦୀ ସଂଗଠନର ଇ. ତେଜେଶ୍ୱର ରାଓ,ସମାଜସେବୀ ପ୍ରମୋଦ ମହାରଣା,ଦୁର୍ଗା ପ୍ରସାଦ ତ୍ରିପାଠୀ,ଟି.ଭି.ଜେ. ରାଓ, ପ୍ରଦୀପ୍ତ କୁମାର ବେହେରା, ମାଧବ ନାଇକ, ପ୍ରେମସାଇ, ଅର୍ପିତା ପ୍ରିୟଦର୍ଶିନୀ ପ୍ରମୁଖ ସ୍ମୃତିସଭାରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ