ଜଙ୍ଗଲ ରେ ଜନ୍ତୁ ଶୀକାର ପାଇଁ ଯାଇଥିବା ବେଳେ ଗୁଳିକାଣ୍ଡ ରେ ଜଣେ ମୃତ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଜଙ୍ଗଲ ରେ ଜନ୍ତୁ ଶୀକାର ପାଇଁ ଯାଇଥିବା ବେଳେ ଗୁଳିକାଣ୍ଡ ରେ ଜଣେ ମୃତ। ଜୟପାଟଣା ବ୍ଲକ କୁଲିଆମୁଣ୍ଡା ଜଙ୍ଗଲ ରେ ଅଘଟଣ। ମୃତକ ସବିଗୁଡା ଗାଁ ର ସୁରେନ୍ଦ୍ର ରାଉତ । ପାଞ୍ଚ ଜଣ ମିଶି ଜଙ୍ଗଲ କୁ ଶୀକାର ପାଇଁ ଯାଇଥିବା ବେଳେ ଦେଶୀ ବନ୍ଧୁକ ରୁ ଗୁଳି ଫୁଟି ଅଘଟଣ ଘଟିଥିବା ମୃତକଙ୍କ ସାଥି ସୁଚନା ଦେଉଛନ୍ତି। ମୃତକ ଙ୍କ ମୁଣ୍ଡ ରେ ଗୁଳିବା ଫଳରେ ଘଟଣାସ୍ଥଳରେ ହିଁ ସୁରେନ୍ଦ୍ର ଟଳି ପଡ଼ିଥିଲେ। ଜୟପାଟଣା ପୋଲିସ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳକୁ ପହଂଚି ନାହିଁ।


