ଜନପ୍ରିୟ ନେତା ଦଣ୍ଡପାଣି ଗୈାଡଙ୍କ ସ୍କୃତି ଚାରଣ ସମାରୋହ ‌

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ନେଟଙ୍ଗା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ,ବିଶିଷ୍ଟ ସମାଜସେବୀ ତଥା ସଚ୍ଚୋଟ ରାଜନୀତିଜ୍ଞ ଦଣ୍ଡପାଣି ଗୈାଡଙ୍କ ଦ୍ବାଦଶାହ ଦିବସ ପାଳନ ଅବସରରେ ନିଜ ଗ୍ରାମ ବାଲିଭାଗ ଠାରେ ସ୍କୃତି ଚାରଣ ସମାରୋହ ଆୟୋଜିତ ହୋଇଯାଇଛି । ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଵେଲଗୁଣ୍ଟା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି କୁଞ୍ଜବିହାରୀ ନାୟକ,ବରିଷ୍ଠ ଅତିଥି ଭାବେ ଗୋଵରା ବରିଷ୍ଠ ନାଗରିକ ମଞ୍ଚ ସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ ଯୋଗଦେଇ ସ୍ଵର୍ଗତ ଦଣ୍ଡପାଣି ଗୈାଡଙ୍କ ସ୍କୃତି ଚାରଣ କରି ତାଙ୍କ ଭଳି ଏକ ମହାନ ଜନନାୟକ ଙ୍କୁ ହରାଇ ନେଟଙ୍ଗା ପଞ୍ଚାୟତ ଵାସୀ ଗଭୀର ଭାବେ ମର୍ମାହତ ହୋଇ ଥିବା ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନେଟଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର କୁମାର ଗୈାଡ, ବିଶିଷ୍ଟ ଶିକ୍ଷାବିତ ବନମାଳୀ ଲେଙ୍କା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଞ୍ଜନ ମହାରଥା ପ୍ରମୁଖ ସ୍କୃତି ଚାରଣ କରି ତାକୁ ଜଣେ ସ୍ପଷ୍ଟଵାଦୀ, ସଚ୍ଚୋଟ ରାଜନୀତିଜ୍ଞ ତଥା ସମାଜସେବୀ ଭାବେ ଚିତ୍ରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ତରଫରୁ “ଦଣ୍ଡପାଣି ଗୈାଡ ସ୍କୃତି ସମ୍ମାନ-୨୦୨୨” ରେ ବିଶିଷ୍ଟ ସମାଜସେବୀ, ସଙ୍ଗଠକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଏବଂ ଯୁବ ସଙ୍ଗଠକ ତଥା ନେଟଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର କୁମାର ଗୈାଡଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ