ଜନଶିକ୍ଷା ସଂସ୍ଥାନ ଗଜପତି ସହଯୋଗରେ ୧୩୨ ତମ ଆମ୍ବେଦକର ଜୟନ୍ତୀ ସମାରୋହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କାଶିନଗର ଏନ୍.ଏ.ସି ୧ ନଂ- ୱାର୍ଡ – ସ୍ଥିତ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା. ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବି.ତିରୁପତି ରାଉ, ଏନ୍ଏସି ଅଧ୍ୟକ୍ଷା ଏମ୍. ସୁଧାରାଣି, ଉପାଧ୍ୟକ୍ଷ ଏବଂ ସ୍ଥାନୀୟ ଲୋକପ୍ରିୟ ନେତା ମାନଙ୍କ ଦ୍ଵାରା ବି.ଆର ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ସଂମ୍ପର୍କରେ ଆଲୋକପାତ କରାଯାଇଥିଲା। ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଜନଶିକ୍ଷା ସଂସ୍ଥାନ ଗଜପତି ତରଫରୁ ସିଲ୍ ଏବଂ ପ୍ରମାଣ ପତ୍ର ମାଧ୍ୟମରେ ପୁରସ୍କୃତ କରାଯିବା ସହିତ,ସ୍କିଲ- ଇଣ୍ଡିଆ-/ ଜନଶିକ୍ଷା ସଂସ୍ଥାନ ଦ୍ଵାରା ପରିଚାଳିତ ସିଲେଇ ତାଲିମ ଏବଂ କମ୍ପ୍ୟୁଟର୍ ତାମିଲ ଶେଷ କରିଥିବା ଯୁବକ ଯୁବତୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଗଲା, ସେହିପରି କାଶିନଗର ମାଲା ସାହି ଠାରେ ବି.ଆର ଆମ୍ବେଦକରଙ୍କ ନୂତନ ମୂର୍ତ୍ତିର ଅନାବରଣ ଉତ୍ସବରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ନାରାୟଣ ରାଓ ଯୋଗଦେଇ ଜନଶିକ୍ଷା- ସଂସ୍ଥାନ- ଗଜପତି ଦ୍ଵାରା ଆୟୋଜିତ ଇଲେକ୍ଟ୍ରିସିଏନ୍ କୃତି ୨୦ ଜଣ ଯୁବକଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ନିମନ୍ତେ ନିର୍ଦ୍ଦେଶକ ଜୀବନ ଦାସ୍, ସହ କାର୍ଯ୍ୟକ୍ରମ ଅଧିକାରୀ ମୃତ୍ୟୁଞ୍ଜୟ ପାଇକ ଏବଂ କ୍ଷେତ୍ର ସହକାରୀ ଟି. ସତ୍ୟମ୍ ଉପସ୍ଥିତ ରହି ଜନ ସାଧାରଣଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ